ଆରମ୍ଭ ହେଲା ମି‌ଜୋରାମ ବିଧାନସଭା ନିର୍ବାଚନର ଭୋଟ୍‌ ଗଣନା

Advertisment
ଆରମ୍ଭ ହେଲା ମି‌ଜୋରାମ ବିଧାନସଭା ନିର୍ବାଚନର ଭୋଟ୍‌ ଗଣନା

Image Courtesy of ANI

ଅଇଜୋଲ୍‌: ଭାରତର ଉତ୍ତରପୂର୍ବ ପ୍ରାନ୍ତରେ ଅବସ୍ଥିତ କ୍ଷୁଦ୍ର ରାଜ୍ୟ ମିଜୋରାମ ବିଧାନସଭା ନିର୍ବାଚନ ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍‌ଗୁଡ଼ିକର ଆଜି ନିର୍ଦ୍ଧାରିତ ସମୟ ସକାଳ ୮ ବେଳେ ଗଣତି ଆରମ୍ଭ ହୋଇଛି।

୪୦ଟି ଆସନ ନିମନ୍ତେ ଗ୍ରହଣ କରାଯାଇଥିବା ଉକ୍ତ ଭୋଟ୍‌ଗୁଡ଼ିକୁ ଗଣିବା ନିମନ୍ତେ ସମଗ୍ର ମିଜୋରାମ୍‌ରେ ୨,୭୫୦ଜଣ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେମାନେ ପ୍ରଥମେ ପୋଷ୍ଟାଲ୍‌ ବାଲଟ୍‌ ଗଣନା ଆରମ୍ଭ କରିଛନ୍ତି।

publive-image Image Courtesy of Daijiworld.com

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପ୍ରାରମ୍ଭିକ ଟ୍ରେଣ୍ଡ୍‌ରେ ‘ଜେଡ୍‌ପିଏମ୍‌’ ୫ଟି ଓ ‘ଏମ୍‌ଏନ୍‌ଏଫ୍‌’ ୫ଟି ଓ କଂଗ୍ରେସ ୧ଟି ଆସନରେ ଅଗ୍ରଣୀ ରହିଥିବା ଜଣାପଡ଼ିଛି।

ନଭେମ୍ବର ୭ ତାରିଖରେ କରାଯାଇଥିବା ଉକ୍ତ ଭୋଟ୍‌ ସବୁ ରବିବାର ଦିନ ଗଣନା କରାଯିବ ବୋଲି ପୂର୍ବରୁ ଦିନ ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ, ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟ ବହୁଳ ଉକ୍ତ ରାଜ୍ୟରେ ରବିବାର ଦିନଟି ବିଶେଷ ତାତ୍ପର୍ଯ୍ୟ ବହନ କରୁଥିବାରୁ ନିର୍ବାଚନ କମିସନ୍‌ ଭୋଟ୍‌ ଗଣନା ଗୋଟିଏ ଦିନ ଘୁଞ୍ଚାଇ ଦେଇଥିଲେ।

୨୦୨୩ ମିଜୋରାମ୍‌ ବିଧାନସଭା ନିର୍ବାଚନରେ ଶାସକ ‘ମିଜୋ ନ୍ୟାସ୍‌ନାଲ୍‌ ଫ୍ରଣ୍ଟ୍‌’ (ଏମ୍‌ଏନ୍‌ଏଫ୍‌),  ‘ଜୋରାମ୍‌ ପିପୁଲ୍‌ସ୍‌ ‌ମୋଭ୍‌ମେଣ୍ଟ୍‌’ (ଜେଡ୍‌ପିଏମ୍‌) ‘ବିଜେପି’ ଓ କଂଗ୍ରେସ ପ୍ରାର୍ଥୀ ଠିଆ କରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe