ପଶ୍ଚିମବଙ୍ଗର ଭବାନୀପୁର, ସାମଶେରଗଞ୍ଜ ଏବଂ ଜଙ୍ଗିପୁରରେ ଭୋଟ୍‌ ଗଣତି ଆରମ୍ଭ: ମମତା ବାନାର୍ଜୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ଭବାନୀପୁର

Advertisment
ଭବାନୀପୁରରୁ ମମତାଙ୍କ ଦମଦାର୍ ବିଜୟ, ୫୮ ହଜାରରୁ ଅଧିକ ଭୋଟରେ ଜିତିଲେ

Image Courtesy of NDTV

କୋଲ୍‌କାତା: ନିର୍ଦ୍ଧାରିତ ସମୟ ସକାଳ ୮ଟା ବେଳେ ଆଜି ପଶ୍ଚିମବଙ୍ଗର ବିଧାନସଭା ଉପନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହୋଇଛି। ରାଜ୍ୟର ତିନୋଟି ବିଧାନସଭା ଆସନ ଯଥା:- ଭବାନୀପୁର, ସାମଶେରଗଞ୍ଜ ଏବଂ ଜଙ୍ଗିପୁରରେ ଉପନିର୍ବାଚନ କରାଯାଇଥିଲା। ସେଥିମଧ୍ୟରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ‘ତୃଣମୂଳ କଂଗ୍ରେସ’ର ସୁପ୍ରିମୋ ପ୍ରତିଦ୍ବନ୍ଦ୍ବିତା କରୁଥିବା ଦକ୍ଷିଣ କୋଲ୍‌କାତାର ଭବାନୀପୁର ବିଧାନସଭା ନିର୍ବାଚନ ଫଳାଫଳ ପ୍ରତି ସମସ୍ତଙ୍କର ଉତ୍ସୁକତା ରହିଛି। କାରଣ ତାହାହିଁ ଆଜି ମମତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ।

ଆଜି ଆରମ୍ଭ ହୋଇଥିବା ଭୋଟ୍‌ ଗଣନାରେ ପ୍ରଥମେ ଗଣନା କରାଯାଉଛି ପୋଷ୍ଟାଲ୍‌ ବାଲଟ୍‌ ସବୁକୁ। ପରେ ‘ଇଭିଏମ୍‌’ ଭୋଟ୍‌ ଗଣନା କରାଯିବ। ଭବାନୀପୁର ବିଧାନସଭା ଆସନରେ ୨୧ ରାଉଣ୍ଡ୍‌ ଭୋଟ୍‌ ଗଣତି କରାଯିବ ବୋଲି ନିର୍ବାଚନ କମିସନ୍ କହିଛି। କୌଣସି ପ୍ରକାର ହିଂସାକାଣ୍ଡ ବା ସଂଘର୍ଷ ଏଡ଼ାଇବା ଲାଗି ଭବାନୀପୁର ନିର୍ବାଚନ ମଣ୍ଡଳୀରେ ୨୪ କମ୍ପାନି କେନ୍ଦ୍ରୀୟ ବଳ ସହ ତ୍ରିସ୍ତରୀୟ ନିରାପତ୍ତା ବ୍ୟବସ୍ଥା ପାଇଁ ନିର୍ବାଚନ କମିସନ୍ ଆଦେଶ ଦେଇଛି।

publive-image Image Courtesy of India Today

ନିର୍ବାଚନ କମିସନ୍‌ ସୂଚନା ଅନୁସାରେ, ଭବାନୀପୁରରେ ୫୭% ମତଦାନ ହୋଇଥିବା ବେଳେ ସାମଶେରଗଞ୍ଜ ଏବଂ ଜଙ୍ଗିପୁରରେ ଯଥାକ୍ରମେ ୭୯% ଏବଂ ୭୭% ମତଦାନ ହୋଇଛି।

ମତଦାନ ସ୍ବଳ୍ପ ହୋଇଥିଲେ ବି ଏହି ଉପନିର୍ବାଚନରେ ମମତା ବାନାର୍ଜୀ ବିପୁଳ ସଂଖ୍ୟାରେ ବିଜୟିନୀ ହେବେ ବୋଲି ‘ତୃଣମୂଳ କଂଗ୍ରେସ’ ଦାବି କରିଛି। ପରିବହନ ମନ୍ତ୍ରୀ ଫିର୍ହାଦ୍‌ ହକିମ୍‌ କହିଛନ୍ତି, ମମତା ବାନାର୍ଜୀ ୫୦,୦୦୦ ରୁ ୭୫,୦୦୦ ଭୋଟ୍‌ ବ୍ୟବଧାନରେ ଜିଣିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe