ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡ୍‌ ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ

Advertisment
ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡ୍‌ ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ

Image Courtesy of HT

ନୂଆଦିଲ୍ଲୀ: ଶନିବାର ସକାଳ ଆଠଟା ପରେ ତିନି ଉତ୍ତରପୂର୍ବ ରାଜ୍ୟ- ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡ୍‌ରେ ଭୋଟ୍‌ ଗଣତି ଆରମ୍ଭ ହୋଇଛି।

ସର୍ବଶେଷ ରିପୋର୍ଟ ଅନୁସାରେ ତ୍ରିପୁରାରର ୬୦ଟି ଆସନରୁ ୪୪ଟିର ଫଳାଫଳ ପ୍ରକାଶ ପାଇଛି। ସେଥିରୁ ସିପିଏମ୍‌ ୨୨ଟି, ବିଜେପି ୨୧ଟି ଏବଂ ଆଇଏନ୍‌ସି ୧ ଆସନରେ ଆଗୁଆ ଅଛନ୍ତି।

ନାଗାଲାଣ୍ଡର ୬୦ ଆସନରୁ ୧୭ଟିର ଫଳାଫଳ ପ୍ରକାଶ ପାଇଛି। ସେଥିରୁ ବିଜେପି ୧୧, ଏନ୍‌ପିଏଫ୍‌ ୮ଟି ଆସନରେ ଆଗୁଆ ଅଛନ୍ତି।
ମେଘାଳୟର ୬୦ ଆସନରୁ ୩୧ଟିର ଫଳାଫଳ ପ୍ରକାଶ ପାଇଛି। ସେଥିରୁ ଏନ୍‌ପିପି ୧୧, ଆଇଏନ୍‌ସି ୯, ଅନ୍ୟାନ୍ୟ ୭ ଏବଂ ବିଜେପି ୪ ଆସନରେ ଆଗୁଆ ଅଛନ୍ତି।

ମେଘାଳୟରେ ଜଣେ ପ୍ରାର୍ଥୀଙ୍କର ହତ୍ୟା କରାଯାଇଥିବା ହେତୁ ଭୋଟ୍‌ ସ୍ଥଗିତ ରହିଛି। ତ୍ରିପୁରାରେ ମଧ୍ୟ ଜଣେ ପ୍ରାର୍ଥୀଙ୍କର ମୃତ୍ୟୁ ଯୋଗୁଁ ୧ ଆସନରେ ଭୋଟ୍‌ ବନ୍ଦ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe