ଆଜି ଭୋଟ ଗଣତି : କିଏ ହେବ ହରିୟାଣା ମୁଖ୍ୟମନ୍ତ୍ରୀ ?

ଆଜି ହରିୟାଣା ଓ ଜମ୍ମୁ ଓ କଶ୍ମୀରରେ ହୋଇଥିବା ନିର୍ବାଚନର ଭୋଟ ଗଣତି ହେବ । ଏହା ପୂର୍ବରୁ ବିଭିନ୍ନ ସର୍ଭେ ସଂସ୍ଥାଙ୍କ ପକ୍ଷରୁ ଜାରି ଏକଜିଟ୍ ପୋଲ୍ ରିପୋର୍ଟରେ ହରିୟାଣାରେ କଂଗ୍ରେସ ସରକାର ଗଠନ କରିବାର ସମ୍ଭାବନା ରହିଛି । କିନ୍ତୁ ଜମ୍ମୁ ଓ କଶ୍ମୀରରେ ସ୍ଥିତି ଅସ୍ପଷ୍ଟ ରହିଛି ।

haryana

ନୂଆଦିଲ୍ଲୀ: ଆଜି ହରିୟାଣା ଓ ଜମ୍ମୁ ଓ କଶ୍ମୀରରେ ହୋଇଥିବା ନିର୍ବାଚନର ଭୋଟ ଗଣତି ହେବ । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ଏହା ପୂର୍ବରୁ ବିଭିନ୍ନ ସର୍ଭେ ସଂସ୍ଥାଙ୍କ ପକ୍ଷରୁ ଜାରି ଏକଜିଟ୍ ପୋଲ୍ ରିପୋର୍ଟରେ ହରିୟାଣାରେ କଂଗ୍ରେସ ସରକାର ଗଠନ କରିବାର ସମ୍ଭାବନା ରହିଛି । କିନ୍ତୁ ଜମ୍ମୁ ଓ କଶ୍ମୀରରେ କାହାକୁ ସ୍ପଷ୍ଟ ବହୁମତ ନ ମିଳିବାର ସମ୍ଭାବନା ରହିଛି ।

ହରିୟାଣାରେ କଂଗ୍ରେସ ଜିତିବାର ସମ୍ଭାବନା ଦଳର ହାଇ କମାଣ୍ଡକୁ ଯେତିକି ଆନନ୍ଦିତ କରୁଛି ତାଠାରୁ ଅଧିକ ଚିନ୍ତିତ ମଧ୍ୟ କରୁଛି । କାରଣ ନିର୍ବାଚନ ଜିତିବା ପରେ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ ତାହା ସ୍ଥିର କରିବା କଂଗ୍ରେସ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଦଳର ବରିଷ୍ଠ ନେତା କୁମାରୀ ଶୈଲଜା ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଉପୁଜିଥିବା ପ୍ରଶ୍ନ ଉପରେ ସୋମବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦଳୀୟ ହାଇକମାଣ୍ଡ ଏ ନେଇ ନିଷ୍ପତ୍ତି ନେବେ। ଏକ୍ଜିଟ୍ ପୋଲରେ କଂଗ୍ରେସର ବିଜୟ ଦାବି ଉପରେ କୁମାରୀ ଶୈଲଜା କହିଛନ୍ତି ଯେ ଏକ୍ଜିଟ୍ ପୋଲ୍ ଭିନ୍ନ। କିନ୍ତୁ ମୁଁ ଗ୍ରାଉଣ୍ଡରୁ ରିପୋର୍ଟ ନେଉଛି। ମୁଁ ଭାବୁଛି ଆମେ ୬୦ରୁ ଅଧିକ ସିଟ୍ ପାଇବୁ। କଂଗ୍ରେସ ତରଫରୁ ମୁଖ୍ୟମନ୍ତ୍ରୀ କିଏ ହେବେ ବୋଲି ପଚରାଯିବାରୁ ସେ କହିଛନ୍ତି ଯେ ଦୁଇଟି ଘଟଣା ଘଟିଥାଏ। ପ୍ରଥମେ ବିଧାୟକମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥାଏ। ଏଥିରେ ବିଧାୟକମାନଙ୍କୁ ବ୍ୟକ୍ତିଗତ ଭାବେ ମଧ୍ୟ ପଚରାଯାଇଥାଏ। ଦ୍ବିତୀୟତଃ ମୁଖ୍ୟମନ୍ତ୍ରୀ ପଦ ପାଇଁ କିଏ ଚେହେରା ହୋଇପାରିବ ତାହା ହାଇକମାଣ୍ଡ ସ୍ଥିର କରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe