ଆଜି ଆସିବ ଜନତାଙ୍କ ରାୟ: ବିହାରରେ ଆରମ୍ଭ ହେଲା ଭୋଟ ଗଣତି

ଆଜି ଆସିବ ଜନତାଙ୍କ ରାୟ: ବିହାରରେ ଆରମ୍ଭ ହେଲା ଭୋଟ ଗଣତି

ପାଟନା: ବିହାରରେ ଆରମ୍ଭ ହେଲା ଭୋଟ ଗଣତି। କେଇ ଘଣ୍ଟା ମଧ୍ୟରେ ଜଣାପଡ଼ିବ ଯେ, କିଏ ହେବ ଜନତାଙ୍କ ନେତା। ଭୋଟ ଗଣତି ସହ ଏବେ ରାଜନୈତିକ ଦଳମାନଙ୍କର ଅଗ୍ନିପରୀକ୍ଷା ଆରମ୍ଭ ହୋଇଯାଇଛି। ଦିନ ୧୦ଟାରୁ ଚିତ୍ର ମିଳିବା ଆରମ୍ଭ ହେବ ବୋଲି ଜଣା ପଡ଼ିଛି।

କରୋନା ମହାମାରୀ ମଧ୍ୟରେ ନିର୍ବାଚନ ଏବଂ ଭୋଟ୍‌ ଗଣତି ହେଉଥିବାରୁ ନିର୍ବାଚନ କମିସନ୍‌ ଏଥିପାଇଁ ବିଶାଳ ପ୍ରସ୍ତୁତି କରିଛନ୍ତି। ବିହାରର ୩୮ଟି ଜିଲ୍ଲାରେ ୫୫ଟି ଗଣତି କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ୪୧୪ କାଉଣ୍ଟିଂ ହଲ୍‌ ମଧ୍ୟ ପ୍ରସ୍ତୁତ ରହିଛି। ଭୋଟ୍‌ ଗଣତି ସମୟରେ ଏବଂ ପରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବାପାଇଁ ୫୯ ସିଏପିଏଫ୍‌ କମ୍ପାନି ମୁତୟନ ହୋଇଛନ୍ତି। ୨୪୩ ସଭ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭା ପାଇଁ ହୋଇଥିବା ନିର୍ବାନରେ ଯିଏ ୧୨୨ଟି ଆସନ ପାଇବ ସେ ହିଁ ସରକାର ଗଠନ କରିବ। ଏକଜିଟ୍ ପୋଲ୍ ସର୍ଭେ ଅନୁଯାୟୀ ତେଜସ୍ବୀଙ୍କ ମହାମେଣ୍ଟ (ଆରଜେଡି. କଂଗ୍ରେସ) ସଂଖ୍ୟାଗରିଷ୍ଠତା ହାସଲ କରିବ। ପୋଲ୍ ଅଫ୍ ପୋଲ୍ସ ଅନୁଯାୟୀ ମହାମେଣ୍ଟକୁ ୧୩୭ ଏବଂ ବିଜେପି-ଜେଡିୟୁ ମେଣ୍ଟକୁ ୯୭ଟି ଆସନ ମିଳିବ।

Bihar Election Results 2020 Live Updates: Counting begins at 55 centres, will Tejashwi topple Nitish govt? - India Today India Today

ସେହିଭଳି ୧୧ ରାଜ୍ୟରେ ୫୬ ବିଧାନସଭା ଆସନ ଏବଂ ଗୋଟିଏ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ମଧ୍ୟ ଆଜି ପ୍ରକାଶ ପାଇବ। ଛତିଶଗଡ଼, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ର‌ଦେଶ, ମଣିପୁର, ନାଗାଲାଣ୍ଡ୍‌, ଓଡ଼ିଶା, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶରେ ୫୬ ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିବାବେଳେ ବିହାରରେ ଗୋଟିଏ ଲୋକସଭା ଆସନରେ ଉପନିର୍ବାଚନ ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe