ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଓ ପୁଡୁଚେରୀରେ ଆଜି ସକାଳ ୮ରୁ ଭୋଟ୍‌ ଗଣନା

Advertisment
ନନ୍ଦୀଗ୍ରାମରେ ମମତା ଓ ଟଲିଗଞ୍ଜରେ ବାବୁଲ୍ ସୁପ୍ରିୟୋ ଆଗୁଆ ରହିଛନ୍ତି

Image Courtesy of Zee News

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ, ଆସାମ, କେରଳ ଏବଂ ତାମିଲନାଡୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ବିଧାନସଭା ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍‌ଗୁଡ଼ିକର ଗଣନା ଆଜି ସକାଳ ୮ଟାରେ ଆରମ୍ଭ ହେବ। ରାଜନୈତିକ ଦଳମାନେ ବ୍ୟାକୁଳ ହୋଇ ଫଳାଫଳକୁ ଅପେକ୍ଷା କରିଥିବା ବେଳେ କଡ଼ା ସୁରକ୍ଷା ଏବଂ କଠୋର କୋଭିଡ୍-କଟକଣା ବାତାବରଣରେ ଭୋଟ୍‌ ଗଣତି କରାଯିବ।

ଏହା ବ୍ୟତୀତ, ଏଥିସହ ୪ଟି ଲୋକସଭା ଆସନ ଏବଂ ବିଭିନ୍ନ ରାଜ୍ୟରେ କରାଯାଇଥିବା ୧୨ଟି ବିଧାନସଭା ଆସନ ଉପନିର୍ବାଚନର ଭୋଟ୍‌ ମଧ୍ୟ ଗଣନା କରାଯିବ।

ପ୍ରାପ୍ତ ସୂଚନା ଅନୁସାରେ, ‘ଇଲେକ୍ଟ୍ରୋନିକ୍‌ ଭୋଟିଙ୍ଗ୍‌ ମେସିନ୍‌’ରେ ଗ୍ରହଣ କରାଯାଇଥିବା ଭୋଟ୍‌ଗୁଡ଼ିକୁ ଅଧଘଣ୍ଟାଏ ପରେ ଗଣାଯିବ। ଗଣନା ପ୍ରକ୍ରିୟା ଆରମ୍ଭ ହେବାର ସ୍ବଳ୍ପ ସମୟ ପରେ ‘ଟ୍ରେଣ୍ଡ୍‌’ ଆରମ୍ଭ ହେବ। ଆଜି ଦିନକ ମଧ୍ୟରେ ୪ଟି ରାଜ୍ୟ ଓ ୧ଟି କେନ୍ଦ୍ରଶାସିତ ଅଞ୍ଚଳର ଫଳାଫଳ ସ୍ପଷ୍ଟତର ହୋଇଯିବ, କିନ୍ତୁ କେତେକ ଆସନର ଫଳାଫଳ ଆନୁଷ୍ଠାନିକ ଭାବେ ଘୋଷଣା ହେଉ ହେଉ ରାତି ହୋଇଯାଇପାରେ।

publive-image Image Courtesy of NDTV

‘ଏକ୍‌ଜିଟ୍‌’ ପୋଲ୍‌ ଅନୁସାରେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ‘ତୃଣମୂଳ କଂଗ୍ରେସ’ ‘ବିଜେପି’ ଠାରୁ ସ୍ବଳ୍ପ ଭୋଟ୍‌ ବ୍ୟବଧାନରେ ବିଜୟ ଲାଭ କରିବାର ସମ୍ଭାବନା ଥିବାରୁ ସେଠାରେ ପ୍ରତିଦ୍ବନ୍ଦ୍ବିତା ତୀବ୍ରତର ହୋଇଥିବା ଜଣାପଡୁଛି। ସେହି ହିସାବରେ, ପଶ୍ଚିମବଙ୍ଗର ପ୍ରାୟ ୬୪ ଆସନ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। ଏହି ସବୁ ଆସନଗୁଡ଼ିକରେ ‌ଭୋଟ୍‌ ବ୍ୟବଧାନ ୨%ରୁ କମ୍ ରହିବ।

ଅନ୍ୟ ପକ୍ଷରେ, ଆସାମରେ ପୂର୍ବଭଳି ବିଜେପି କ୍ଷମତାରେ ରହିବ। କେରଳରେ କ୍ଷମତାସୀନ ସରକାରଙ୍କ ବିରୋଧରେ ଚାଲିଥିବା ପ୍ରତିରୋଧକୁ ପିନରାୟି ବିଜୟନ ମୁକାବିଲା କରିପାରିବେ। ତାମିଲନାଡୁରେ ‘ଡିଏମ୍‌କେ’ କ୍ଷମତାକୁ ଫେରିବ ବୋଲି ‘ଏକ୍‌ଜିଟ୍‌’ ପୋଲ୍‌ରୁ ଆକଳନ କରାଯାଇଛି। ସେହିଭଳି, କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ‘ଏନ୍‌ଡିଏ’ ବିଜୟୀ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe