ଶିବରାଜ ବନାମ କମଲନାଥ: ମଧ୍ୟପ୍ରଦେଶରେ କାହାକୁ ମିଳିବ କ୍ଷମତ‌ା

Advertisment

କରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ଭୋଟ ଗଣତି

କରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ଭୋଟ ଗଣତି

ଶିବରାଜ ବନାମ କମଲନାଥ: ମଧ୍ୟପ୍ରଦେଶରେ କାହାକୁ ମିଳିବ କ୍ଷମତ‌ା

aajtak

ଭୋପାଳ: ବିହାର ସହ ମଧ୍ୟପ୍ରଦେଶରେ ମଧ୍ୟ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ଭୋଟ ଗଣତି ସହ ମଧ୍ୟପ୍ରଦେଶରେ କିଏ କ୍ଷମତାକୁ ଆସିବ, ସେ ନେଇ ଆଲୋଚନା ଆରମ୍ଭ ହୋଇଛି। ଭୋଟ୍ ଗଣନା ଆରମ୍ଭ ହୋଇଥିବା ବେଳେ ପ୍ରଥମେ ବାଲାଟ ପେପରରେ ହୋଇଥିବା ଭୋଟ୍ ଗଣନା କରାଯାଉଛି | ମଧ୍ୟପ୍ରଦେଶ ବିଧାନସଭାରେ ମୋଟ ୨୩୦ଟି ଆସନ ରହିଛି। ନିକଟରେ ଦାମୋରୁ ବିଧାୟକ ରାହୁଲ ସିଂଙ୍କ ଇସ୍ତଫା ପରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାର ସମୟ ଆସିଲେ, ୨୨୯ଟି ସିଟ୍ ଅନୁଯାୟୀ ସଂଖ୍ୟାଗରିଷ୍ଠତା ୧୧୫ହେବ। ବର୍ତ୍ତମାନ ବିଜେପିରେ ୧୦୭ଜଣ ବିଧାୟକ ରହିଥିବା ବେଳେ ଅନ୍ୟପକ୍ଷରେ କଂଗ୍ରେସରେ ୮୭ଜଣ ବିଧାୟକ ଅଛନ୍ତି।

ଇଣ୍ଡିଆ ଟୁଡେ-ଏକ୍ସି ମାଇ ଇଣ୍ଡିଆ ଏକଜିଟ୍ ପୋଲରୁ ବିଜେପିକୁ ୧୬ରୁ ୧୮ଟି ଆସନ ମିଳିବା ସହ କଂଗ୍ରେସ ୧୦ରୁ ୧୨ଟି ଆସନ ପାଇବ ବୋଲି ଜଣାଯାଇଛି | ତେବେ ଭୋଟ ଗଣତି ପରେ କ୍ଷମତା କାହା ହାତକୁ ଯାଉଛି, ତାହା ଦେଖିବାକୁ ବାକି ରହିଲା। ନଭେମ୍ବର ୨ରେ ମଧ୍ୟପ୍ରଦେଶରେ ମତଦାନ ହୋଇଥିଲା। ଆଜି ତାହାର ଫଳାଫଳ ଘୋଷଣା କରାଯିବ। କ୍ଷମତାରେ ରହିବାକୁ ବିଜେପିକୁ ଅତି କମରେ ୮ଟି ସିଟ୍ ଜିତିବାକୁ ପଡିବ।

BJP, Congress Engage in War of Words as Madhya Pradesh by-Elections Draw Closer The Wire

ମଧ୍ୟପ୍ରଦେଶରେ କାହାର ରାଜୁତି ଚାଲିବ, ସେ ନେଇ କିଛି ଘଣ୍ଟା ମଧ୍ୟରେ ଚିତ୍ର ସ୍ପଷ୍ଟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe