The Federal News
ନୂଆଦିଲ୍ଲୀ: ପ୍ରତିଦିନ ଦେଶରେ ନୂଆ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଶବାସୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ପୁଣି ୪୮ ହଜାର ୬୪୮ କରୋନା ସଂକ୍ରମିତ ଚିହ୍ନଟ ହୋଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୮୦ ଲକ୍ଷ ପାର୍ ହୋଇଛି। ଦେଶରେ ଏବେ ସୁଦ୍ଧା ୮୦ ଲକ୍ଷ ୮୮ହଜାର ୮୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ପୁଣି କରୋନାରେ ୫୬୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ୫୬୩ମୃତକଙ୍କୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୧ ହଜାର ୦୯୦ରେ ପହଞ୍ଚିଛି।
ଏବେ ଦେଶରେ ସକ୍ରିୟ ଅଛନ୍ତି ୫ ଲକ୍ଷ ୯୪ ହଜାର ୩୮୬ ଜଣ। ଏବେ ସୁଦ୍ଧା ୭୩ ଲକ୍ଷ ୭୩ ହଜାର ୩୭୫ ଜଣ ସୁସ୍ଥ ହୋଇ ସାରିଲେଣି । ସେହିପରି ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଲକ୍ଷ ୬୪ ହଜାର ୬୪୮ କରୋନା ନମୁନା ପରୀକ୍ଷଣ ହୋଇଥିବା ବେଳେ ସମୁଦାୟ ୧୦ କୋଟି ୭୭ ଲକ୍ଷ ୨୮ ହଜାର ୦୮୮ ନମୁନା ଏବେ ସୁଦ୍ଧା ପରୀକ୍ଷା ହୋଇସାରିଛି।
Follow Us