ଦେଶରେ ୫୦୦ ତଳକୁ ଖସିଲା ମୃତ୍ୟୁସଂଖ୍ୟା, ୨୪ଘଣ୍ଟାରେ ୪୬,୯୬୪ କରୋ‌ନା ପଜିଟିଭ ଚିହ୍ନଟ

Advertisment
ଦେଶରେ ୫୦୦ ତଳକୁ ଖସିଲା ମୃତ୍ୟୁସଂଖ୍ୟା, ୨୪ଘଣ୍ଟାରେ ୪୬,୯୬୪ କରୋ‌ନା ପଜିଟିଭ ଚିହ୍ନଟ

The Federal News

ନୂଆଦିଲ୍ଲୀ : ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟମିତଭାବେ କମିଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ୪୬,୯୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ଅନେକ ଦିନର ବ୍ୟବଧାନ ପରେ ଆଜି ମୃତ୍ୟୁସଂଖ୍ୟା ୫୦୦ତଳକୁ ଖସିଛି। ୨୪ଘଣ୍ଟାରେ ୪୭୦ଜଣ ମୃତ୍ୟୁ କରିଥିବା ବେଳେ ୫୮୬୮୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂତନ କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୧ ଲକ୍ଷ ଟପିଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୮୧,୮୪,୦୮୩ରେ ପହଞ୍ଚିଛି । ଏହା ମଧ୍ୟରୁ ୫୭୦୪୫୮ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧,୨୨,୧୧୧ କୁ ବୃଦ୍ଧି ପାଇଛି । ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୭୪,୯୧,୫୧୩ ରେ ପହଞ୍ଚିଛି ।

Staying Safe from Coronavirus with Diabetes Healthline

ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୪୦୨୫୯୦କୁ ବୃଦ୍ଧି ପାଇଛି ।  ଆମେରିକା ତଳକୁ ଭାରତ ଓ ବ୍ରାଜିଲ ରହିଛନ୍ତି ବୋଲି ଆମେରିକାର ଜନ ହପକିନ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ତଥ୍ୟରେ କୁହାଯାଇଛି । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ଭାରତରେ ସୁସ୍ଥ ସଂଖ୍ୟା ସବୁଠୁ ଅଧିକ ରହିଛି। ଆମେରିକାରେ ୬୦୬୨୪୩୮ଜଣ ସୁସ୍ଥ ହୋଇଥିବା ବେଳେ ଭାରତରେ ୭୪,୯୧,୫୧୩ଜଣ ସୁସ୍ଥ ହୋଇଛନ୍ତି। ତେବେ ଆମେରିକାର ମୃତ୍ୟୁ ସଂଖ୍ୟା ଭାରତଠାରୁ ଅଧିକ ରହିଛି। ଆମେରିକାରେ ୨୩୩୬୦୭୨ଜଣ ମୃତ୍ୟୁବରଣ କରିଥିବା ବେଳେ ଭାରତରେ ୧,୨୨,୧୧୧ ଜଣ ମୃତ୍ୟୁବରଣ କରିସାରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe