ନୂଆଦିଲ୍ଲୀ : ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟମିତଭାବେ କମିଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ୪୫,୨୩୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ଗତକାଲି ପରି ଆଜି ମଧ୍ୟ ମୃତ୍ୟୁସଂଖ୍ୟା ୫୦୦ତଳକୁ ଖସିଛି। ୨୪ଘଣ୍ଟାରେ ୪୯୬ଜଣ ମୃତ୍ୟୁବରଣ କରିଥିବା ବେଳେ ୫୩୨୮୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂତନ କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୨ ଲକ୍ଷ ଟପିଯାଇଛି ।
ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୪୭୩୯୧୧କୁ ବୃଦ୍ଧି ପାଇଛି । ଆମେରିକା ତଳକୁ ଭାରତ ଓ ବ୍ରାଜିଲ ରହିଛନ୍ତି ବୋଲି ଆମେରିକାର ଜନ ହପକିନ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ତଥ୍ୟରେ କୁହାଯାଇଛି । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ଭାରତରେ ସୁସ୍ଥ ସଂଖ୍ୟା ସବୁଠୁ ଅଧିକ ରହିଛି। ଆମେରିକାରେ ୬୧୦୩୬୦୫ଜଣ ସୁସ୍ଥ ହୋଇଥିବା ବେଳେ ଭାରତରେ ୭୫,୪୪,୭୯୮ଜଣ ସୁସ୍ଥ ହୋଇଛନ୍ତି। ତେବେ ଆମେରିକାର ମୃତ୍ୟୁ ସଂଖ୍ୟା ଭାରତଠାରୁ ଅଧିକ ରହିଛି। ଆମେରିକାରେ ୨୩୬୪୭୧ଜଣ ମୃତ୍ୟୁବରଣ କରିଥିବା ବେଳେ ଭାରତରେ ୧,୨୨,୬୦୭ ଜଣ ମୃତ୍ୟୁବରଣ କରିସାରିଛନ୍ତି।
Follow Us