୨୪ ଘଣ୍ଟା ମଧ୍ୟରେ ୫୦,୩୫୭ କରୋନା ଆକ୍ରାନ୍ତ ଚିହ୍ନଟ, ୫୩,୯୨୦ ସୁସ୍ଥ

Advertisment
୨୪ ଘଣ୍ଟା ମଧ୍ୟରେ ୫୦,୩୫୭ କରୋନା ଆକ୍ରାନ୍ତ ଚିହ୍ନଟ, ୫୩,୯୨୦ ସୁସ୍ଥ

ନୂଆଦିଲ୍ଳୀ: ଆଜି ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦,୦୦୦ପାର କରିଛି ।  ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୫୦ହଜାର ୩୫୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦ‌ାୟ ୮୪ ଲକ୍ଷ ୬୨ହଜାର ୦୮୧ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ଏହା ସହ ଆଜି ମୃତ୍ୟୁ ସଂଖ୍ୟା ଗତକାଲି ଭଳି ୫୦୦ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଦେଶରେ ୫୭୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୫ହଜାର ୫୬୨ରେ ପହଞ୍ଚିଛି।

ଏବେ ସୁଦ୍ଧା କରୋନାରୁ ସମୁଦାୟ ୭୮ଲକ୍ଷ ୧୯ହଜାର ୮୮୬ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୫୩ ହଜାର ୯୨୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସକ୍ରିୟ ଅଛନ୍ତି ୫ ଲକ୍ଷ ୧୬ହଜାର ୬୩୨ଜଣ।

COVID-19 stigma: Indians have distanced themselves from rationality - The Federal The Federal News

ସେହିପରି ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଲକ୍ଷ ୧୩ ହଜାର ୨୦୯ ନମୁନା ପରୀକ୍ଷା ହୋଇଥିବା ବେଳେ ଏବେ ସୁଦ୍ଧା ସମୁଦାୟ ୧୧, ୬୫,୪୨, ୩୦୪ନମୁନା ପରୀକ୍ଷା ହୋଇ ସାରିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe