ଆସନ୍ତା ୬ ମାସ ମଧ୍ୟରେ ରିଜର୍ଭ ବ୍ୟାଙ୍କଠାରୁ ଅର୍ଥ ଅାଣିବାର ଆବଶ୍ୟକତା ନାହିଁ : ଜେଟଲୀ

ଆସନ୍ତା ୬ ମାସ ମଧ୍ୟରେ ରିଜର୍ଭ ବ୍ୟାଙ୍କଠାରୁ  ଅର୍ଥ  ଅାଣିବାର ଆବଶ୍ୟକତା ନାହିଁ : ଜେଟଲୀ

ମୁମ୍ବାଇ: ଆସନ୍ତା ୬ ମାସ ମଧ୍ୟରେ କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କଠାରୁ ଅର୍ଥ ଆବଶ୍ୟକ କରୁନାହାନ୍ତି। ବିରୋଧୀ ଦଳ ପକ୍ଷରୁ କରାଯାଇଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି କି, ଆସନ୍ତା ୬ ମାସ ମଧ୍ୟରେ ଦେଶ ଅର୍ଥ ଦରକାର କରୁନାହିଁ। ତେଣୁ ରିଜର୍ଭ ବ୍ୟାଙ୍କର ଗଚ୍ଛିତ ପାଣ୍ଠିରୁ ସରକାର ଅର୍ଥ ନେବାକୁ ଚାହୁଁଛନ୍ତି ବୋଲି ବିରୋଧୀ ଦଳ ଯେଉଁ ପ୍ରଚାର କରୁଛନ୍ତି ସେଥିରେ କୌଣସି ସତ୍ୟତା ନାହିଁ। ବିରୋଧୀ ଦଳ ଅଭିଯୋଗ କରିଛନ୍ତି କି ସରକାର ୨୦୧୯ ନିର୍ବାଚନକୁ ଅାଖିରେ ରଖି ଜନକଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରିବା ଲାଗି ରିଜର୍ଭ ବ୍ୟାଙ୍କ ଗଚ୍ଛିତ ପାଣ୍ଠିରୁ ସରକାର ଅର୍ଥ ଆଣିବାକୁ ଚାହୁଁଛନ୍ତି।

ଅନ୍ୟପକ୍ଷରେ ଜେଟ୍‌ଲୀ କହିଛନ୍ତି କି ରିଜର୍ଭ ବ୍ୟାଙ୍କର ଗୁରୁତ୍ୱ ହ୍ରାସ କରିବା ଭଳି କୌଣସି ପଦକ୍ଷେପ କେନ୍ଦ୍ର ସରକାର ନେଉ ନାହାନ୍ତି। ଆମେ ରିଜର୍ଭ ବ୍ୟାଙ୍କର ସ୍ୱାଧୀନ ପରିଚାଳନାକୁ ସମ୍ମାନ ଦେଉ। ତେବେ ଅର୍ଥାଭାବରୁ ଯଦି କୌଣସି କ୍ଷେତ୍ରରେ ଯୋଜନା କାର୍ଯ୍ୟକାରୀ ହୋଇପାରୁ ନାହିଁ। ତାହାକୁ ରିଜର୍ଭ ବ୍ୟାଙ୍କକୁ ଅବଗତ କରାଇବା ମଧ୍ୟ ଆମର ଦାୟିତ୍ୱ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe