ଦେଶର ପ୍ରଥମ ସୌରଶକ୍ତି ସଂଚାଳିତ ଗ୍ରାମ ‘ମୋଧେରା’

Advertisment
ଦେଶର ପ୍ରଥମ ସୌରଶକ୍ତି ସଂଚାଳିତ ଗ୍ରାମ ‘ମୋଧେରା’

India TV News

ମେହସାଣା (ଗୁଜରାଟ) : ଗୁଜରାଟର ମେହସାଣା ଜିଲ୍ଲାର ମୋଧେରା ଗ୍ରାମକୁ ଆଜି ଦେଶର ପ୍ରଥମ ସୌରଶକ୍ତି ସଂଚାଳିତ ଗ୍ରାମ ଭାବେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସପ୍ତାହରେ ୭ ଦିନ ୨୪ ଘଣ୍ଟା ଶୌରଶକ୍ତି ଦ୍ବାରା ଏହି ଗ୍ରାମ ସଂଚାଳିତ ହେବାପାଇଁ ବ୍ୟବସ୍ଥା କରାଯାଇଛି ଏବଂ ଏହି ଗ୍ରାମକୁ ପଥମ ‘ସୌର ଗ୍ରାମ’ ଭାବେ ପ୍ରଧାନମନ୍ତ୍ରୀ ରବିବାର ଦିନ ମୋଧେରାରେ ଅନୁଷ୍ଠିତ ଜନସଭାରେ ଘୋଷଣା କରିଛନ୍ତି। ଏହି ଗ୍ରାମବାସୀଙ୍କୁ ଏଣିକି ବିଦ୍ୟୁତ ବିଲ୍‌ରୁ ନିସ୍ତାର ମିଳିବ।

ମୋଧେରା ଗ୍ରାମର ଇତିହାସକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକଦା ଏହି ଗ୍ରାମକୁ ବିଦେଶୀ ଆକ୍ରମଣକାରୀମାନେ ମୂଳପୋଛ କରିଦେବା ପାଇଁ ଅତି ବର୍ବର ଘଟଣା ଘଟାଇଥିଲୋ। ଲୋକଙ୍କ ଉପରେ ନାହିଁ ନଥିବା ଅତ୍ୟାଚାର ହୋଇଥିଲା। ଏବେ ଏହି ଗ୍ରାମ ଆଧୁନିକତା, ସ୍ବାବଲମ୍ବନ ଏବଂ ପରିବେଶର ସୁରକ୍ଷା କ୍ଷେତ୍ରରେ ବିଶ୍ବରେ ଏକ ଉଦାହରଣ ହେବାକୁ ଯାଉଛି। ମୋଧେରା ଗ୍ରାମର ବାସିନ୍ଦାଙ୍କ ସଂକଳ୍ପ ପାଇଁ ଏହା ସମ୍ଭବ ହେବାକୁ ଯାଉଛି । ଆଗାମୀ ପିଢ଼ିକୁ ସୁରକ୍ଷିତ ରଖିବା ପାଇଁ ସରକାର ଦେଶକୁ ସଠିକ୍‌ ମାର୍ଗରେ ନେବାକୁ ନିରନ୍ତର ପ୍ରୟାସ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe