ଦେଶର ପ୍ରଥମ କିନ୍ନର ବିଶ୍ୱବିଦ୍ୟାଳୟ; ଏଠାରେ ପ୍ରଥମଶ୍ରେଣୀରୁ ପିଏଚଡି ପର୍ଯ୍ୟନ୍ତ ପିଲା ପାଠ ପଢ଼ି ପାରିବେ

Advertisment
ଦେଶର ପ୍ରଥମ କିନ୍ନର ବିଶ୍ୱବିଦ୍ୟାଳୟ; ଏଠାରେ ପ୍ରଥମଶ୍ରେଣୀରୁ ପିଏଚଡି ପର୍ଯ୍ୟନ୍ତ ପିଲା ପାଠ ପଢ଼ି ପାରିବେ

Latestly

ଗୋରଖପୁର: ଦେଶର ପ୍ରଥମ କିନ୍ନର ବିଶ୍ୱବିଦ୍ୟାଳୟ ଉତ୍ତରପ୍ରଦେଶର କୁଶୀନଗରଠାରେ ସ୍ଥାପିତ ହୋଇଛି। ଅଖିଳ ଭାରତୀୟ କିନ୍ନର ଶିକ୍ଷା ସେବା ଟ୍ରଷ୍ଟ୍‌ ପକ୍ଷରୁ ଏହି ବିଶ୍ୱବିଦ୍ୟାଳୟର ନିର୍ମାଣ କରାଯାଇଛି। ଏହି ବିଶ୍ୱବିଦ୍ୟାଳୟରେ କିନ୍ନର ସମୁଦାୟର ପିଲାମାନେ ସୁବିଧାରେ ପ୍ରଥମ ଶ୍ରେଣୀରୁ ପିଜି (ପୋଷ୍ଟ ଗ୍ରାଜୁଏଟ) ପର୍ଯ୍ୟନ୍ତ ପାଠପଢ଼ି ଶିକ୍ଷିତ ହୋଇ ପାରିବେ। ଏଥିସହିତ ଗବେଷଣା କରି ପିଏଚଡି ପ୍ରାପ୍ତ କରି ପାରିବାର  ସୁବିଧା ବି ଏଠାରେ ପିଲାମାନଙ୍କ ପାଇଁ ଉପଲବ୍ଧ ହେବ।

publive-image

ଏହା ଦେଶର ପ୍ରଥମ କିନ୍ନର ବିଶ୍ୱବିଦ୍ୟାଳୟ ହେବ। ଯେଉଁଠାରେ କିନ୍ନର ସମୁଦାୟର ସଦସ୍ୟ ସହଜ ଓ ସୁବିଧାରେ ଶିକ୍ଷା ପ୍ରାପ୍ତ କରିବାରେ ସକ୍ଷମ ହେବେ ଓ ଏହାର ପ୍ରକ୍ରିୟା ପୂର୍ବରୁ ଆରମ୍ଭ ହୋଇଯାଇଛି।

ଅଖିଳ ଭାରତୀୟ କିନ୍ନର ଶିକ୍ଷା ସେବା ଟ୍ରଷ୍ଟର ଅଧ୍ୟକ୍ଷ ଡକ୍ଟର କୃଷ୍ଣ ମୋହନ ମିଶ୍ରାଙ୍କ କହିବାନୁସାରେ, କୁଶୀନଗର ଜିଲ୍ଲାର ଫାଜିଲ୍‌ନଗର ବ୍ଲକ୍‌ରେ ଥିବା ଏହି କିନ୍ନର ବିଶ୍ୱବିଦ୍ୟାଳୟରେ ଜାନୁୟାରୀ ୧୫ ଠାରୁ ନାମଲେଖା ଆରମ୍ଭ ହେବ। ଏଠାରେ ପୋଷ୍ଟଗ୍ରାଜୁଏଟ ଏବଂ ପିଏଚ୍‌ଡି ଡିଗ୍ରୀ ପାଠ୍ୟକ୍ରମ ଉପରେ ମଧ୍ୟ ପିଲାଙ୍କୁ ଶିକ୍ଷାଦାନ କରାଯିବ। ଏହାଦ୍ୱାରା କିନ୍ନର ସମୁଦାୟର ପିଲାମାନେ ଉପକୃତ ହୋଇପାରିବେ ବୋଲି କୁହାଯାଉଛି।

ତେବେ ଏହି ବିଶ୍ୱବିଦ୍ୟାଳୟ ସ୍ଥାପନାକୁ ନେଇ କିନ୍ନର ସମୁଦାୟ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। ସେମାନେ ବି ଏବେ ଶିକ୍ଷିତ ହେବେ ସମାଜରେ ସମ୍ମାନ ପାଇ ପାରିବେ। ଶିକ୍ଷାରେ ଏକ ଅଦ୍ଭୁତ ଶକ୍ତି ଅଛି। ଏହା ସେମାନଙ୍କ ଜୀବନକୁ ପରିବର୍ତ୍ତନ କରିବ ବୋଲି କିନ୍ନର ସମୁଦାୟ ଆଶାବାଦୀ ହୋଇ ଉଠିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe