ତିରୁଅନନ୍ତପୁରମ୍ : ଦେଶର ସର୍ବ କନିଷ୍ଠ ମେୟର ଆର୍ୟା ରାଜେନ୍ଦ୍ରନ୍ କେରଳର ସର୍ବ କନିଷ୍ଠ ବିଧାୟକ କେ ଏମ୍ ସଚିନ୍ ଦେବଙ୍କୁ ବିବାହ କରିବେ ବୋଲି ଆଜି ଏଠାରେ ଘୋଷଣା କରିଛନ୍ତି। ସଚିନ୍ ଦେବ ବାଲୁସେରୀରୁ ବିଧାୟକ ଅଛନ୍ତି। ଉଭୟ ନେତା କେରଳର ଶାସକ ସିପିଏମ୍ ଦଳର। ଆର୍ୟା ଏବଂ ସଚିନ୍ କହିଛନ୍ତି, ଆମେ ପ୍ରାରମ୍ଭରେ ଆମର ଦଳ ଏବଂ ପିତାମାତାଙ୍କୁ ବିବାହ କରିବୁ ବୋଲି ସୂଚନା ଦେଇଥିଲୁ ଏବଂ ଏବେ ଏହାକୁ ସାର୍ବଜନୀନ କରିବାକୁ ଚାହୁଛୁ । ଥିରୁଅନନ୍ତପୁରମ୍ ମେୟର ଆର୍ୟା ରାଜେନ୍ଦ୍ରନ୍ କହିଛନ୍ତି ଯେ ଖୁବ୍ଶୀଘ୍ର ବିବାହ ତାରିଖ ଘୋଷଣା ହେବ। ଆର୍ୟା ମାତ୍ର ୨୧ ବର୍ଷ ବୟସରେ ତିରୁବନନ୍ତପୁରମ ମେୟର ହୋଇଥିଲେ। ଆର୍ୟାଙ୍କୁ ତାଙ୍କ ବିବାହ ଘୋଷଣା ନେଇ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।
ଦେଶର ସର୍ବକନିଷ୍ଠା ମେୟରଙ୍କ ଘୋଷଣା: କେରଳର ସର୍ବକନିଷ୍ଠ ବିଧାୟକଙ୍କୁ ବିବାହ କରିବେ
Advertisment
Follow Us