ପୁଟିନ୍‌ଙ୍କୁ ଗାଦିଚ୍ୟୁତ କରିବା ଲାଗି ବିଦ୍ରୋହ ଆରମ୍ଭ ହୋଇଯାଇଛି, ଅଟକାଇବା ଅସମ୍ଭବ: ୟୁକ୍ରେନ୍‌ ଜେନେରାଲ୍‌

Advertisment
ପୁଟିନଙ୍କୁ ଗାଦିଚ୍ୟୁତ କରିବା ପ୍ରକ୍ରିୟା ଚାଲିଛି: ୟୁକ୍ରେନ୍‌

Image Courtesy of NDTV

ନୂଆଦିଲ୍ଲୀ: ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ବିତାଡ଼ିତ କରିବା ଲାଗି ବିଦ୍ରୋହ ଆରମ୍ଭ ହୋଇଯାଇଛି ଏବଂ ତାହାକୁ ଅଟକାଇବା ଅସମ୍ଭବ ବୋଲି ଜଣେ ଶୀର୍ଷସ୍ତରୀୟ ୟୁକ୍ରେନୀୟ ସେନା ଅଧିକାରୀ କହିଛନ୍ତି।

ଗଣମାଧ୍ୟମ ସହ ସାକ୍ଷାତ୍‌କାର ‌ବେଳେ ସେନା ଅଧିକାରୀ ମେଜର୍‌ ଜେନେରାଲ୍‌ କିରିଲୋ ବୁଦାନୋଭ୍‌ ଭବିଷ୍ୟବାଣୀ କରିଛନ୍ତି ଯେ, ଚଳିତ ବର୍ଷ ଅଗଷ୍ଟ ମଧ୍ୟଭାଗ ବେଳକୁ ଯୁଦ୍ଧ ଭିନ୍ନ ମୋଡ଼ ନେବ ଏବଂ ବର୍ଷ ଶେଷକୁ ଯୁଦ୍ଧର ଅବସାନ ଘଟିବ। ଯଦି ରୁଷ୍‌ ୟୁକ୍ରେନ୍‌ ଯୁଦ୍ଧରେ ପରାସ୍ତ ହୁଏ, ପୁଟିନ୍‌ଙ୍କୁ ବହିଷ୍କାର କରାଯିବ ଏବଂ ତାଙ୍କ ଦେଶରେ ବିପର୍ଯ୍ୟୟ ଘଟିବ।

ଶେଷରେ ରୁଷୀୟ ସଂଘର ନେତୃତ୍ବର ପରିବର୍ତ୍ତନ ଘଟିବ। ଏ ପ୍ରକ୍ରିୟା ଆରମ୍ଭ ହୋଇ ସେ ଦିଗରେ ଗତି କରୁଛି। ବୋଲି ମେଜର୍‌ ଜେନେରାଲ୍‌ ବୁଦାନୋଭ୍‌ କହିଛନ୍ତି।

publive-image Image Courtesy of Tamil News

ବିଦ୍ରୋହ ଚାଲିଛି କି, ବୋଲି ପଚରାଯିବାରୁ ସେ କହିଲେ, ହଁ। ବିଦ୍ରୋହ ଆରମ୍ଭ ‌ହୋଇସାରିଛି ଏବଂ ତାହାକୁ ଅଟକାଇବା ଅସମ୍ଭବ।

ମେଜର୍‌ ଜେନେରାଲ୍‌ ବୁଦାନୋଭ୍‌ ଆହୁରି ମଧ୍ୟ କହିଛନ୍ତି, ପୁଟିନ୍‌ କର୍କଟ ଏବଂ ଅନ୍ୟାନ୍ୟ ରୋଗାକ୍ରାନ୍ତ ହୋଇପଡ଼ିଛନ୍ତି। ତାଙ୍କର ମାନସିକ ଏବଂ ଶାରୀରିକ ଅବସ୍ଥା ଭଲନାହିଁ। ସେ ଖୁବ୍‌ ଅସୁସ୍ଥ।

ଯୁଦ୍ଧରେ ରୁଷ୍‌ ବିପୁଳ କ୍ଷତିଗ୍ରସ୍ତ ହେଉଛି। ରୁଷ୍‌କୁ ୟୁରୋପ୍‌ ମହାଶକ୍ତି ଭାବେ ଦେଖୁଥିଲେ ବି, ୟୁକ୍ରେନ୍‌ ଜାଣେ ବ୍ୟାପକ ଭାବେ ପ୍ରଚାର ହେଉଥିବା ରୁଷ୍‌ର କ୍ଷମତା ହେଉଛି କାଳ୍ପନିକ କଥାମାତ୍ର। ଯେତେ ପ୍ରଚାର ହେଉଛି, ରୁଷ୍‌ ସେତେ ଶକ୍ତିଶାଳୀ ନୁହେଁ। ରୁଷ୍‌ ହେଉଛି ଅସ୍ତ୍ରଶସ୍ତ୍ର ଧାରଣ କରିଥିବା ଜନତାଙ୍କ ଭଣ୍ଡାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe