ହାଇଦ୍ରାବାଦ: ଆର୍ଥିକ ସମସ୍ୟା ପାଇଁ ୨ ଶିଶୁଙ୍କ ସହ ଆତ୍ମହତ୍ୟା କଲେ ଦମ୍ପତ୍ତି

Advertisment
ମୋରମ ଖାଦାନରେ ବୁଡ଼ି ଜଣେ ମୃତ

ହାଇଦ୍ରାବାଦ୍ : ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇ ହାଇଦ୍ରାବାଦ୍‌ର ଏକ ପରିବାର ପାଣିକୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି। ଏହି ଅଭାବନୀୟ ଘଟଣା ଗତ ସୋମବାର ଆଦିବାଟ୍‌ଲାରେ ଘଟିଛି। ଋଣରେ ଭାରାଗ୍ରସ୍ତ ହୋଇ କୁଦୁଶ୍ ପାସା(୩୭) ନିଜ ପତ୍ନୀ ଫାତିମା(୨୮)ଏବଂ ନିଜ ୯ ଏବଂ ୬ବର୍ଷର ଦୁଇ ଶିଶୁଙ୍କ ସହ କୁର୍ଲଗୁଡା ହ୍ରଦକୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି। ତେବେ ପାଣିରେ ଡ଼େଇଁବା ପୂର୍ବରୁ ସେମାନେ ବିଷ ପିଇଥିବା ପୁଲିସ ସନ୍ଦେହ କରିଛି। ଆତ୍ମହତ୍ୟା କରୁଥିବାର ଦେଖି ସେଠାରେ ଥିବା ଲୋକେ ସଙ୍ଗେ ସଙ୍ଗେ ପୁଲିସକୁ ସୂଚନା ଦେଇଥିଲେ, ହେଲେ ଉଦ୍ଧାର ବେଳକୁ ଦମ୍ପତ୍ତି ଦୁହେଁ ଆଖିବୁଜି ସାରିଥିଲେ। ଉଦ୍ଧାରକାର୍ଯ୍ୟ ଜାରି ରଖି ପର ଦିନ ସକାଳୁ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe