ମନ୍ଦିରରୁ ଘରକୁ ଫେରୁଥିବା ବେଳେ ରାସ୍ତାପାର୍ଶ୍ବକୁ ଓଲଟି ପଡ଼ିଲା କାର: ପୁଅ ସାମ୍ନାରେ ବାପା ଓ ମା’ଙ୍କ ଚାଲିଗଲା ଜୀବନ

Advertisment
ମନ୍ଦିରରୁ ଘରକୁ ଫେରୁଥିବା ବେଳେ ରାସ୍ତାପାର୍ଶ୍ବକୁ ଓଲଟି ପଡ଼ିଲା କାର: ପୁଅ ସାମ୍ନାରେ ବାପା ଓ ମା’ଙ୍କ ଚାଲିଗଲା ଜୀବନ

ନୂଆଦିଲ୍ଲୀ: ଗୁନା ଜିଲ୍ଲାର ବିନାଗଞ୍ଜ ଜାତୀୟ ରାଜପଥ-୪୬ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଜୀବନ ରକ୍ଷା ପାଇଛି।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ଲଲିତପୁରରେ ବସବାସ କରୁଥିବା ଅଶୋକ ଶ୍ରୀବାସ୍ତବ ଗତ ସୋମବାର ସକାଳେ ତାଙ୍କ ସ୍ତ୍ରୀ ବିନିତା ଓ ପୁଅ ଅଭିଷେକଙ୍କ ସହିତ ଉଜ୍ଜୈନସ୍ଥିତ ମହାକାଳ ମନ୍ଦିର ଦର୍ଶନ କରି ବିନାଗଞ୍ଜ ବାଇପାସ ଦେଇ ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ ଶ୍ରୀବାସ୍ତବ ଓ ତାଙ୍କ ସ୍ତ୍ରୀଙ୍କ ପାଇଁ ଯମ ଛକି ବସିଥିଲା।

ବିନାଗଞ୍ଜ ବାଇପାସ ଦେଇ ଶ୍ରୀବାସ୍ତବଙ୍କ ଗାଡ଼ି ଫେରୁଥିବା ବେଳେ ହଠାତ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ଡିଭାଇଡର ସହିତ ମାଡ଼ ହୋଇ ରାସ୍ତାପାର୍ଶ୍ବକୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ସମୟରେ କାରରେ ଲାଗିଥିବା ସମସ୍ତ ଏୟାରବ୍ୟାଗ ସଙ୍ଗେସଙ୍ଗେ ଖୋଲି ଯାଇଥିଲା ।

ଏହା ସତ୍ତ୍ବେ ବି ଦୁର୍ଘଟଣାରେ ଆଶୋକ ଶ୍ରୀବାସ୍ତବଙ୍କ ସହିତ ତାଙ୍କ ସ୍ତ୍ରୀ ବିନିତା ଓ ପଡ଼ିଶାରେ ରହୁଥିବା ବୃଜେଶ ପାଣ୍ଡେଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। କିନ୍ତୁ ଅଶୋକ ଶ୍ରୀବାସ୍ତବଙ୍କ ପୁଅ ଅଭି‌‌‌ଷେକ ସିଟ ବେଲ୍ଟ ବାନ୍ଧିଥିବାରୁ ତାଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଛି।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରି କହିଛି, ‘ଯଦି ଶ୍ରୀବାସ୍ତ, ବିନିତା ଓ ବୃଜେଶ ସିଟ ବେଲଟ ବାନ୍ଧି ଥାଆନ୍ତେ ହୁଏତ ସେମାନଙ୍କ ଜୀବନ ରକ୍ଷା ପାଇ ଯାଇଥାଆନ୍ତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe