ଫୁଲମାଳ ବଦଳରେ ବିବାହ ମଣ୍ଡପରେ ପିଆଜ-ରସୁଣ ମାଳ ପିନ୍ଧାପିନ୍ଧି ଦେଲେ ନବଦମ୍ପତି

ଫୁଲମାଳ ବଦଳରେ ବିବାହ ମଣ୍ଡପରେ ପିଆଜ-ରସୁଣ ମାଳ ପିନ୍ଧାପିନ୍ଧି ଦେଲେ ନବଦମ୍ପତି

Photo Credit: ANI

ବାରଣାସୀ: ଦୀର୍ଘ ଦିନ ଧରି ଦେଶରେ ପିଆଜ ଦର ଚଢ଼ା ରହିଥିବା ବେଳେ ଲୋକେ ଧିରେ ଧିରେ ଏହାକୁ ସୁନା ସହ ତୁଳନା କରିବା ଆରମ୍ଭ କରିଦେଲେଣି। ବାରଣାସୀର ଏକ ବର-କନ୍ୟା ଯୋଡ଼ି ତାଙ୍କ ବିବାହ ଉତ୍ସବରେ ପାରମ୍ପରିକ ଫୁଲମାଳା ବଦଳରେ ବରଣମାଳା ବଦଳାଇବା ସମୟରେ ପିଆଜ ଓ ରସୁଣ ହାରକୁ ବଦଳକୁଦଳ କରିଛନ୍ତି।

କେବଳ ସେତିକି ନୁହେଁ, ସେଠାରେ ଉପସ୍ଥିତ ଥିବା ଅତିଥିମାନେ ମଧ୍ୟ ବର-କନ୍ୟାଙ୍କୁ ଉପହାର ଆକାରରେ ପିଆଜ ଦେଇଛନ୍ତି। ପିଆଜର ଦର ଆକାଶ ଛୁଆଁ ହୋଇଥିବା ବେଳେ ଲୋକମାନେ ଏହାକୁ ନେଇ ପୂର୍ବରୁ ବି ଅନେକ ଅଜବ କାଣ୍ଡ ସବୁ କରି ସାରିଛନ୍ତି।

କେହି କେହି ପିଆଜର ମୁଦି ପିନ୍ଧି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ବେଳେ ନିକଟରେ ଅକ୍ଷୟ କୁମାର ପତ୍ନୀ ଟ୍ବିଙ୍କିଲ୍‌ ଖାନ୍ନାଙ୍କୁ ପିଆଜ କାନଫୁଲ୍‌ ଦେଇଥିବା ବେଳର ଫଟୋ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି।

ତେବେ, ବାରଣାସୀର ଏହି ଦମ୍ପତି ପିଆଜ ଦର ବୃଦ୍ଧିକୁ ବିରୋଧ କରି ଏପରି କରିଥିବା ଜାଣିବାକୁ ମିଳିଛି। ଦମ୍ପତିଙ୍କ ପାଇଁ ଏହା ଏକ ଐତିହାସିକ ଉତ୍ସବ ହୋଇ ରହିଗଲା ବୋଲି ଗଣମାଧ୍ୟମରେ ବର ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe