ମଝି ଅକାଶରେ ପାଇଲଟ ଦମ୍ପତିଙ୍କ ଝଗଡ଼ା

Advertisment

କକ୍‌ପିଟ ଛାଡ଼ି ପଳାଇଲେ

କକ୍‌ପିଟ ଛାଡ଼ି ପଳାଇଲେ

ଜେଟ୍‌, ସ୍ପାଇଶଜେଟ୍‌ ଓ ଇଣ୍ଡିଗୋ ଉପରେ ୫୪ କୋଟିର ଜରିମାନା ବସାଇଲା ସିସିଆଇ

ମୁମ୍ବାଇ: ଜେଟ୍‌ ଏୟାରେଓ୍ଵଜ୍‌ର ଲଣ୍ଡନ-ମୁମ୍ବାଇ ବିମାନରେ ଚାଳକ ଦମ୍ପତ୍ତିଙ୍କ ଝଗଡ଼ା ଓ ମାର୍‌ପିଟ ଚର୍ଚ୍ଚାର ବିଷୟ ହୋଇଛି। ପାଇଲଟ୍‌ ତାଙ୍କ ସହଯୋଗୀ ପାଇଲଟ୍‌ ପତ୍ନୀଙ୍କୁ ପ୍ରଥମେ ଚାପୁଡ଼ା ମାରିବା ପରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଗାଳିଗୁଲଜ ଓ ଠେଲାପେଲା ହୋଇଥିଲା। ଏହାପରେ ପାଇଲଟ୍‌ ଦମ୍ପତି କକ୍‌ପିଟ ଛାଡ଼ି ବାହାରକୁ ପଳାଇ ଆସିଥିଲେ। ଫଳରେ ବିନା ଚାଳକରେ କିଛି ସମୟ ପାଇଁ ଏହି ବୋଇଂ-୭୭୭- ୯ଡବ୍ଲ୍ୟୁ ୧୧୯ ଆକାଶରେ ବିଦପପୂର୍ଣ୍ଣଭାବେ ଉଡ଼ିିଥିଲା। ପରେ ଅନ୍ୟ କର୍ମଚାରୀଙ୍କ ବୁଝାସୁଝା ପରେ ପାଇଲଟ୍‌ ଦମ୍ପତି ପୁଣିଥରେ ବିମାନ ଉଡ଼ାଣ କରିଥିଲେ। ବିମାନ ସୁରକ୍ଷିତ ଭାବେ ମୁମ୍ବାଇରେ ଅବତରଣ କରିବା ପରେ ନାଗରିକ ଉଡ଼ାଣ ନିର୍ଦ୍ଦେଶାଳୟ ଦୁଇ ଚାଳକଙ୍କ ଲାଇସେନ୍ସ ରଦ୍ଦ କରିଦେଇଛନ୍ତି ଏବଂ ଜେଟ୍‌ ଏୟାରେଓ୍ଵଜ୍‌ ସେମାନଙ୍କୁ ନିଲମ୍ବିତ କରିଛି।

ମିଳିଥିବା ଖବର ମୁତାବକ, ଜାନୁଆରି ୧ ତାରିଖରେ ବିମାନ ‘୯ଡବ୍ଲ୍ୟୁ ୧୧୯’ ଲଣ୍ଡନରୁ ଉଡ଼ାଣ ଆରମ୍ଭ କରିବା ପରେ ଚାଳକ ଦମ୍ପତିଙ୍କ ମଧ୍ୟରେ କୌଣସି କାରଣରୁ ପ୍ରବଳ ଝଗଡ଼ା ହୋଇଥିଲା। କ୍ୟାପଟେନ୍‌ ତାଙ୍କ ପତ୍ନୀ ତଥା ସହଯୋଗୀ ପାଇଲଟ୍‌ଙ୍କୁ ଚାପୁଡ଼ା ମାରିବା ପରେ ଉଭୟ ପରସ୍ପରକୁ ଧକ୍କା ଦେଇ ବାହାରକୁ ପଳାଇ ଆସିଥିଲେ। ବିମାନର ମୁଖ୍ୟ ପାଇଲଟ୍‌ ୩୨୪ ଜଣ ଯାତ୍ରୀ ଓ ୧୨ ଜଣ ବିମାନ କର୍ମଚାରୀଙ୍କ ଜୀବନକୁ ବାଜି ଲଗାଇ କକ୍‌ପିଟରୁ ବାହାରିଯିବା ପରେ ଆତଙ୍କ ଖେଳିଯାଇଥିଲା। ପରେ ବିମାନ ପରିଚାରିକାଙ୍କ ବୁଝାସୁଝା ପରେ ସଙ୍କଟ ଟଳିଥିଲା। ଡିଜିସିଏ ମୁଖ୍ୟ ବି ଏସ୍‌ ଭୁଲ୍ଲାର ଏହାକୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ବୋଲି କହିବା ସହିତ କଠୋ କାର୍ଯ୍ୟାନୁଷ୍ଠାନ ସଙ୍କେତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe