ପୋଷ୍ୟ ସନ୍ତାନଙ୍କୁ ଦୁଷ୍କର୍ମ ମାମଲା: ଦଂପତିଙ୍କୁ ୧୦୦ ବର୍ଷ ଜେଲ ଦଣ୍ଡାଦେଶ

ଆମେରିକାର ଜର୍ଜିଆରେ ଜଣେ ସମଲିଙ୍ଗୀ ଦମ୍ପତି ପୋଷ୍ୟ ସନ୍ତାନମାନଙ୍କୁ ଦୁଷ୍କର୍ମ କରିଥିବା ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହି ଘୃଣ୍ୟ କାର୍ଯ୍ୟ ପାଇଁ କୋର୍ଟ ତାଙ୍କୁ ୧୦୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

Rape in America

Rape in America Photograph: (Sambad )

ନୂଆଦିଲ୍ଲୀ: ଆମେରିକାର ଜର୍ଜିଆରେ ଜଣେ ସମଲିଙ୍ଗୀ ଦମ୍ପତି ପୋଷ୍ୟ ସନ୍ତାନମାନଙ୍କୁ ଦୁଷ୍କର୍ମ କରିଥିବା ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହି ଘୃଣ୍ୟ କାର୍ଯ୍ୟ ପାଇଁ କୋର୍ଟ ତାଙ୍କୁ ୧୦୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ଦମ୍ପତିଙ୍କ ନାମ ୱିଲିୟମ୍ ଡେଲ୍ ଜୁଲକ୍ ଏବଂ ଜାକାରି ଜାକବି ଜୁଲକ୍। ତାଙ୍କୁ ଆହୁରି ଅନେକ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଜଜ୍ କହିଛନ୍ତି ଯେ, ଅପରାଧର ଗମ୍ଭୀରତା ହେତୁ ସେମାନଙ୍କ ମଧ୍ୟରୁ କେହି ଜଣେ ବି ୧୦୦ ବର୍ଷ କାରାଦଣ୍ଡରେ ପାରୋଲ ପାଇବାକୁ ଯୋଗ୍ୟ ହେବେ ନାହିଁ। 

ଏହି ଖବର ପଢ଼ନ୍ତୁ: ଅଖା ଭିତରୁ ନାବାଳକର ମୃତଦେହ ମିଳିବା ଘଟଣା: ଅଭିଯୁକ୍ତ ଗିରଫ

ଜୁଲାଇ ୨୦୨୨ରେ ଏହି ମାମଲା ସାମ୍ନାକୁ ଆସିଥିଲା ଯେତେବେଳେ ଜର୍ଜିଆ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଜିବିଆଇ) ୱାଲଟନ୍ କାଉଣ୍ଟି ସରିଫ୍ କାର୍ଯ୍ୟାଳୟ (ଡବ୍ଲୁସିଏସ୍ଓ) ସହିତ ଯୋଗାଯୋଗ କରିଥିଲା। ଏହା ପରେ ଦମ୍ପତିଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଥିଲା। ଉଭୟଙ୍କ ବିରୋଧରେ ଶିଶୁ ନିର୍ଯାତନାର ପର୍ଯ୍ୟାପ୍ତ ପ୍ରମାଣ ବାହାରିଥିଲା।

ଏହି ଖବର ପଢ଼ନ୍ତୁ: ସାର୍ଥା ପ୍ରଜାକୋର୍ଟରେ ଯୁବକଙ୍କୁ ହତ୍ୟା ଘଟଣାରେ ଫାଣ୍ଡି ଅଧିକାରୀ ନିଲମ୍ବିତ

ଉଭୟ ପୋଷ୍ୟ ସନ୍ତାନଙ୍କ ବୟସ ୧୨ ଓ ୧୦ ବର୍ଷ ରହିଛି। ଦୁହିଁଙ୍କୁ ଏକ ଏଜେନ୍ସିରୁ ସେମାନେ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଥିଲେ। ଏହି ସମଲିଙ୍ଗୀ ଦମ୍ପତି ଆଟଲାଣ୍ଟାରେ ଦୁଇ ଭାଇଙ୍କୁ ବଢ଼ାଇଥିଲେ। ଦୁନିଆ ସାମ୍ନାରେ ଏହି ପରିବାର ଏକ ହସଖୁସିର ପରିବାର ଦେଖାଯାଉଥିଲା କିନ୍ତୁ ଏହା ପଛରେ ଅନେକ କଳା କାହାଣୀ ଲୁଚି ରହିଥିଲା। ଏହି ସମଲିଙ୍ଗୀ ଦମ୍ପତି ତାଙ୍କ ନିଜ ପୋଷ୍ୟ ସନ୍ତାନକୁ ଯୌନ ନିର୍ଯାତନା ଦେଉଥିଲେ। 

ଏହି ଖବର ପଢ଼ନ୍ତୁ: ସ୍ତ୍ରୀଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ସ୍ବାମୀଙ୍କର ଅବସ୍ଥା ଗୁରୁତର

ଜାକାରି ଜଣେ ବ୍ୟାଙ୍କର ଓ ୱିଲିୟମ୍ ଜଣେ ସରକାରୀ କର୍ମଚାରୀ ଥିଲେ। ତଥାପି ଦୁହେଁ ଏହି ଘୃଣ୍ୟ କାମ କରିବାକୁ ପଛାଉ ନଥିଲେ। ନାବାଳକ ପୁଅମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ସହ ସେମାନେ ଏହାର ଭିଡିଓ କରୁଥିଲେ। ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ମିଳିଥିବା ପ୍ରମାଣରୁ ଜଣାପଡିଛି ଯେ ସେମାନେ ନିଜ କାର୍ଯ୍ୟକଳାପ ବିଷୟରେ କ୍ରମାଗତ ଭାବରେ ମିଛ କହୁଥିଲେ।

ଏହି ଖବର ପଢ଼ନ୍ତୁ: ଅଖା ଭିତରୁ ନାବାଳକର ମୃତଦେହ ମିଳିବା ଘଟଣା: ଅଭିଯୁକ୍ତ ଗିରଫ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe