ଦୀର୍ଘ ୨୦ ବର୍ଷର ଆଇନଗତ ଲଢ଼େଇ ପରେ ଏକାଠି ହେଲେ ଦମ୍ପତି

ପ୍ରଧାନ ବିଚାରପତିଙ୍କ ସ୍ବତନ୍ତ୍ର ଭୂମିକା

ଦୀର୍ଘ ୨୦ ବର୍ଷର ଆଇନଗତ ଲଢ଼େଇ ପରେ ଏକାଠି ହେଲେ ଦମ୍ପତି

www.indiatoday.in

ନୂଆଦିଲ୍ଲୀ : ଦୀର୍ଘ ୨୦ ବର୍ଷର ଆଇନଗତ ଲଢ଼େଇ ପରେ ସୁପ୍ରିମକୋର୍ଟ ଜଣେ ଦମ୍ପତିଙ୍କୁ ଏକାଠି କରିପାରିଛନ୍ତି। ପ୍ରଧାନ ବିଚାରପତି ଏନ୍‌ଭି ରମଣାଙ୍କର ଏଥିରେ ସ୍ବତନ୍ତ୍ର ଭୂମିକା ରହିଛି। ଆନ୍ଧ୍ରପ୍ରଦେଶର ଏହି ଦମ୍ପତି ୧୯୯୮ରେ ବିବାହ କରିଥିଲେ। ୨୦୦୧ରେ ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କ ବିରୋଧରେ ଯୌତୁକ ନିର୍ଯାତନା ମାମଲା ରୁଜୁ କରିଥିଲେ। ସ୍ବାମୀଙ୍କୁ ୧ ବର୍ଷ ଜେଲ୍‌ ମଧ୍ୟ ହୋଇଛି। ତେବେ ମହିଳା ତାଙ୍କ ସ୍ବାମୀଙ୍କ ଜେଲ୍‌ଦଣ୍ଡକୁ ବଢ଼ାଇବାକୁ ଚାହିଥିଲେ ଏବଂ ଏଥିପାଇଁ ସେ କୋର୍ଟରେ ଆବେଦନ କରିଥିଲେ।

ପ୍ରଥମେ ସେ ଜିଲ୍ଲା କୋର୍ଟ ଗଲେ। ପରେ ହାଇକୋର୍ଟ ଏବଂ ଶେଷରେ ସୁପ୍ରିମକୋର୍ଟ ଗଲେ। କିନ୍ତୁ ପ୍ରଧାନ ବିଚାରପତି ଏନ୍‌ଭି ରମଣା ଉକ୍ତ ମହିଳାଙ୍କୁ ସ୍ବାମୀଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କରିନେବାପାଇଁ ବୁଝାଇବାରେ ସକ୍ଷମ ହୋଇଥିଲେ। ଆନ୍ଧପ୍ରଦେଶର ଉକ୍ତ ମହିଳାଙ୍କ ଆାବେଦନର ଶୁଣାଣି ସମୟରେ ପ୍ରଧାନ ବିଚାରପତି ନିଜେ ଭିଡିଓ କନଫରେନ୍ସ ଦ୍ବାରା ମହିଳାଙ୍କ ସହ କଥା ହୋଇଥିଲେ। ପ୍ରଧାନ ବିଚାରପତି ତାଙ୍କୁ ବୁଝାଇଥିଲେ ଯେ, ‌ଯଦି ତାଙ୍କ ସ୍ବାମୀ ଜେଲ୍‌ରେ ବେଶିଦିନ ‌ରହିବେ ତେବେ ସେ ତାଙ୍କ ଚାକିରି ହରାଇଦେବେ। ତେଣୁ ସେ ଯେଉଁ ମାସିକ କ୍ଷତିପୂରଣ ପାଉଛନ୍ତି ତାହା ସେ ଆଉ ପାଇପାରିବେନି। ମହିଳା ଜଣଙ୍କ ପ୍ରଧାନ ବିଚାରପତିଙ୍କ କଥା ଶୁଣି ମାମଲା ପ୍ରତ୍ୟାହାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe