ରେଳଧାରଣାରେ ଫଟୋ ଉଠାଉଥିଲେ, ଟ୍ରେନ ଆସିବା ଦେଖି ୯୦ଫୁଟ ତଳକୁ ଡେଇଁଲେ ସ୍ୱାମୀ-ସ୍ତ୍ରୀ

Advertisment
ରେଳଧାରଣାରେ ଫଟୋ ଉଠାଉଥିଲେ, ଟ୍ରେନ ଆସିବା ଦେଖି ୯୦ଫୁଟ ତଳକୁ ଡେଇଁଲେ ସ୍ୱାମୀ-ସ୍ତ୍ରୀ

ପାଲି: ରେଳଧାରଣାରେ ଫଟୋ ଉଠାଇବା ବେଳେ ଘଟିଲା ଅଘଟଣ | ଟ୍ରେନ ଆସିବା ଦେଖି ୯୦ଫୁଟ ତଳକୁ ଡେଇଁଲେ ସ୍ୱାମୀ-ସ୍ତ୍ରୀ | ରାଜସ୍ଥାନର ପାଲିରେ ଘଟିଛି ଏଭଳି ଘଟଣା | ନିଜ ଜୀବନକୁ ବିପଦରେ ପକାଇ ରିଲସ କରିବାକୁ ବା ଫଟୋ ଉଠାଇବାକୁ ବାରଣ କରାଯାଉଥିଲେ ବି ଲୋକେ ଅମାନିଆ ହୋଇ ନିଜ ଜୀବନକୁ ବିପଦରେ ପକାଉଛନ୍ତି, ଯାହା ଏବେ ରାଜସ୍ଥାନରେ ଦେଖିବାକୁ ମିଳିଛି |

ମିଳିଥିବା ସୂଚନା ମୁତାବକ, ବାଗଡି ନଗରର ରାହୁଲ ମେୱାଡା (୨୨) ଏବଂ ତାଙ୍କ ପତ୍ନୀ ଜାହ୍ନବୀ (୨୦) ବାଇକ୍ ଯୋଗେ ଗୋରମଘାଟକୁ ଯାଇଥିଲେ। ସେଠାରେ ମିଟର ଗଜ୍ ଟ୍ରେନ୍ ପାଇଁ ଡିଜାଇନ୍ ହୋଇଥିବା ଐତିହ୍ୟ ବ୍ରିଜ୍ ଉପରେ ସେମାନେ ଏକ ଫଟୋସୁଟ୍ କରିବାକୁ ନିଷ୍ପତ୍ତି ନେଇଥିଲେ | ହେଲେ ଫଟୋ ଉଠାଇବା ବେଳେ ହଠାତ ଟ୍ରେନ ଆସିଯିବ ବୋଲି ସେମାନଙ୍କୁ ଜଣାନଥିଲା | ହଠାତ ଟ୍ରେନ୍‌ ଆସିବା ଦେଖି ଭୟଭୀତ ହୋଇ ଦମ୍ପତି ବ୍ରିଜରୁ ୯୦ଫୁଟ ତଳକୁ ଡେଇଁପଡିଥିଲେ | ଏହା ପରେ ସେମାନେ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ |

କୁହାଯାଉଛି ଯେ, ମେରୁଦଣ୍ଡରେ ଆଘାତ ଲାଗିଥିବାରୁ ରାହୁଲଙ୍କୁ ଯୋଧପୁରକୁ ସ୍ଥାନାନ୍ତର କରାଯାଇଥିବାବେଳେ ଜାହ୍ନବୀଙ୍କ ଗୋଡ ଭାଙ୍ଗିଯାଇଥିବାରୁ ବଙ୍ଗର ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe