୧୦୦ ଟଙ୍କା ପାଇଁ ଦମ୍ପତିଙ୍କ କଳି, ଗୁଳିମାଡ଼ରେ ନାବାଳିକା ମୃତ

Advertisment
ଯୁବକଙ୍କୁ ଆକ୍ରମଣ, ଫୁଟିଲା ୨ ରାଉଣ୍ଡ ଗୁଳି

Khabarplus

ରାଞ୍ଚି : ଝାଡ଼ଖଣ୍ଡର ପାଲାମାଉ ଜିଲ୍ଲାର ଧାତୁଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମାତ୍ର ୧୦୦ ଟଙ୍କା ପାଇଁ ଗୋଟିଏ ଦମ୍ପତି ଭିତରେ କଳି ହୋଇ ଗୁଳିକାଣ୍ଡ ହୋଇଛି। ଏଥିରେ ଜଣେ ୧୪ ବର୍ଷର ବାଳିକା ଜୀବନ ଯାଇଛି।

ବୁଧବାର ସକାଳେ ଉକ୍ତ ଅଘଟଣ ଘଟିଛି। ଏକ ବିବାହ ଶୋଭାଯାତ୍ରା ଏହି ଅଘଟଣର ମୂଳ ବୋଲି ଜଣାଯାଇଛି। ସୂଚନା ଅନୁଯାୟୀ, ପୂର୍ବତନ ପଞ୍ଚାୟତ କମିଟି ସଦସ୍ୟ କାନ୍ତି ଦେବୀଙ୍କ ସ୍ବାମୀ ଉଦୟ ସିଂହ ଗ୍ରାମର ଗଣେଶ ସିଂହଙ୍କ ଠାରୁ ୧୦୦ ଟଙ୍କା ଧାର ଆଣିଥିଲେ। ବାଜାବାଲାଙ୍କୁ ଅର୍ଥ ଦେବାକୁ ସେ ଏହି ଟଙ୍କା ଆଣିଥିଲେ। ‌ଗଣେଶୀ ବୁଧବାର ସକାଳେ ଉଦୟନାଥଙ୍କ ନିକଟକୁ ଯାଇ ନେଇଥିବା ଟଙ୍କା ଫେରାଇବାକୁ କହିଥିଲେ। ଉଦୟନାଥ ତାଙ୍କ ପତ୍ନୀ କାନ୍ତି ଦେବୀଙ୍କୁ ୧୦୦ ଟଙ୍କା ମାଗିଥିଲେ। କିନ୍ତୁ କାନ୍ତି ଦେବୀ ଟଙ୍କା‌ଦେବାକୁ ମନା କରିଦେଇଥିଲେ। ଫଳରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଡ଼ ଧରଣର ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗିଯାଇ ଉଦୟନାଥ ଘର ଭିତରୁ ଏକ ବନ୍ଧୁକ ଆଣି ଫୁଟାଇଥିଲେ। ଗୁଳିଟି ଉଦୟନାଥଙ୍କ ଝିଆରୀ ସୁପ୍ରିୟା କୁମାରୀଙ୍କ ଦେହରେ ବାଜିଥିଲା। ଆହତ ଝିଅକୁ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଚିକିତ୍ସା ସମୟରେ ଝିଅଟି ଆଖି ବୁଜିଛି। ପୁଲିସ ଏହି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe