ଛଅ ସପ୍ତାହଲାଗି ବିଦେଶ ଯିବାପାଇଁ ମିଳିଲା ଅନୁମତି , ମାତ୍ର ଲଣ୍ଡନ ଯାଇପାରିବେ ନାହିଁ ରର୍ବଟ ଭଦ୍ରା

Advertisment
ଛଅ ସପ୍ତାହଲାଗି ବିଦେଶ ଯିବାପାଇଁ ମିଳିଲା ଅନୁମତି , ମାତ୍ର ଲଣ୍ଡନ ଯାଇପାରିବେ ନାହିଁ ରର୍ବଟ ଭଦ୍ରା

photo-jansatta

ନୂଆଦିଲ୍ଲୀ: ଆଜି ସିବିଆଇର ସ୍ବତନ୍ତ୍ର ଅଦାଲତ କଂଗ୍ରେସର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରର୍ବଟ ଭଦ୍ରାଙ୍କୁ ୬ ସପ୍ତାହ ପାଇଁ ବିଦେଶ ଯିବାକୁ ଅନୁମତି ଦେଇଛନ୍ତି। ସେ ଏହି ସମୟ ଭିତରେ ନିଜର ଚିକିତ୍ସା ପାଇଁ ଆମେରିକା ଏବଂ ନେଦରଲାଣ୍ଡକୁ ଯାଇପାରିବେ ମାତ୍ର ସେ ଲଣ୍ଡନକୁ ଯାଇପାରିବେ ନାହିଁ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ରର୍ବଟ ଭଦ୍ରା ତାଙ୍କ ଅନ୍ତନଳୀରେ ଟ୍ୟୁମର ହୋଇଛି, ଏଥିପାଇଁ ତାଙ୍କୁ ଚିକିତ୍ସା ପାଇଁ ଲଣ୍ଡନ ଯିବାକୁ ପଡିବ ବୋଲି ସିବିଆଇର ସ୍ବତନ୍ତ୍ର ଅଦାଲତକୁ ଜଣାଇଥିଲେ । ଏହା ପୂର୍ବରୁ ସେ ଇଡି ସାମ୍ନାରେ ବିଦେଶ ଯିବାକୁ ଅନୁମତି ମାଗିଥିଲେ କିନ୍ତୁ ଇଡି ରାଜି ହୋଇ ନ ଥିଲେ ।ତେବେ ସେ ଯାହା ହେଉନା କାହିଁକି ରର୍ବଟ ଭଦ୍ରାଙ୍କୁ ସାମୟିକ ଆଶ୍ବସ୍ତି ମିଳିଛି।

ଉଲ୍ଳେଖଯୋଗ୍ୟ ଯେ ଭଦ୍ରା ତାଙ୍କର ଲଣ୍ଡନରେ ଥିବା ତାଙ୍କର ୧.୯ ମିଲିଅନ୍ ପାଉଣ୍ଡ ମୂଲ୍ୟର ସମ୍ପତ୍ତି ପାଇଁ ବିବାଦରେ ଛନ୍ଦି ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe