ଅଦାଲତ ଅବମାନନା ମାମଲା: ପ୍ରଶାନ୍ତ ଭୂଷଣଙ୍କ ସମର୍ଥନରେ ୭ ପୂର୍ବତନ ବିଚାରପତି

ଅଦାଲତ ଅବମାନନା ମାମଲା: ପ୍ରଶାନ୍ତ ଭୂଷଣଙ୍କ ସମର୍ଥନରେ ୭ ପୂର୍ବତନ ବିଚାରପତି

the print

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ସୁପ୍ରିମ୍‌ କୋର୍ଟର ୭ ପୂର୍ବତନ ବିଚାରପତିଙ୍କ ସମେତ ୧୩୧ ସାମାଜିକ କର୍ମୀ, ଆଇନଜୀବୀ, ବୁଦ୍ଧିଜୀବୀ ପ୍ରଶାନ୍ତ ଭୂଷଣଙ୍କ ସମର୍ଥନରେ ବାହାରିଛନ୍ତି। ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ରୁମା ପାଲ୍‌, ଜି.ଏସ୍‌. ସିଂଘ୍‌ଭି, ଏ.କେ. ଗାଙ୍ଗୁଲି, ଗୋପାଳ ଗୌଡ଼ା, ଅଫ୍‌ତାବ ଆଲାମ, ଜଷ୍ଟି ଚେଲମେଶ୍ବର ଏବଂ ବିକ୍ରମଜିତ୍‌ ସେନ୍‌ ପ୍ରମୁଖ ଅଦାଲତ ଅବମାନନା ମାମଲାରେ ପ୍ରଶାନ୍ତ ଭୂଷଣଙ୍କୁ ସମର୍ଥନ କରିଛନ୍ତି।

ଏହି ପୂର୍ବତନ ବିଚାରପତିମାନେ ଗତ ୨୭‌ ତାରିଖରେ ପ୍ରଶାନ୍ତ ଭୂଷଣଙ୍କ ଉପରୁ ଅଦାଲତ ଅବମାନନା ମାମଲା ପ୍ରତ୍ୟାହାର କରିବାକୁ ସୁପ୍ରିମ୍‌ କୋର୍ଟ ନିକଟରେ ଦାବି କରିଛନ୍ତି। ସୁପ୍ରିମ୍‌ କୋର୍ଟ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ପ୍ରତ୍ୟାହାର କରି ନିଜର ମର୍ଯ୍ୟାଦା ରକ୍ଷା କରୁ ବୋଲି ବିଚାରପତିମାନେ କହିଛନ୍ତି। ଏହି ଲିଖିତ ସ୍ମାରକପତ୍ରରେ ସୁପ୍ରିମ କୋର୍ଟର ୭ ପୂର୍ବତନ ବିଚାରପତିଙ୍କ ସମେତ ୧୩୧ ଜଣ ଆଇନଜୀବୀ, ବୁଦ୍ଧିଜୀବୀମାନଙ୍କ ସ୍ବାକ୍ଷର ରହିଛି। ୧୩୧ ଜଣ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏ.ପି. ଶାହା, ପାଟନା ହାଇକୋର୍ଟର ପୂର୍ବତନ ବିଚାରପତି ଅଞ୍ଜନା ପ୍ରକାଶ, ଐତିହାସିକ ରାମ ଚନ୍ଦ୍ର ଗୁହା, ଲେଖିକା ଅରୁନ୍ଧତୀ ରାୟ, ସାମାଜିକ କର୍ମୀ ହର୍ଷ ମନ୍ଦର, ଆଇନଜୀବୀ ଇନ୍ଦିରା ଜୟସିଂହ, ସ୍ବରାଜ ଇଣ୍ଡିଆ ସଭାପତି ଯୋଗେନ୍ଦ୍ର ଯାଦବ ପ୍ରମୁଖ ଏଥିରେ ଦସ୍ତଖତ କରିଛନ୍ତି। ସୁପ୍ରିମ୍‌ କୋର୍ଟ ଏହି ମାମଲାର ପୁନର୍ବିଚାର କରିବାକୁ ସେମାନେ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe