Image Courtsy: The Indian Express
ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଆଜି ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାରଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି । ହାଇକୋର୍ଟରେ ଦିଲ୍ଲୀରେ ଲାଗୁ ହେବାକୁ ଥିବା 'ଘରେ ଘରେ ରାସନ' ଯୋଜନାକୁ ରଦ୍ଦ କରିଦେଇଛନ୍ତି | ଏହାପୂର୍ବରୁ ଏହି ଯୋଜନାକୁ ନେଇ କେନ୍ଦ୍ର ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ କଳହ ଲାଗି ରହିଛି। ଦିଲ୍ଲୀ ସରକାରୀ ରେସନ ଡିଲର ଆସୋସିଏସନ ଦ୍ୱାରା ଦାଖଲ ହୋଇଥିବା ଯାଚିକା ଉପରେ ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି |
ମିଳିଥିବା ସୂଚନା ମୁତାବକ ଦିଲ୍ଲୀ ସରକାରୀ ରାସନ ଡ଼ିଲରସ ଓ ଦିଲ୍ଲୀ ରାସନ ଡ଼ିଲରସ ୟୁନିୟନ ଏହି ଯୋଜନାକୁ ବିରୋଧ କରି କୋର୍ଟରେ ପିଟିସନ ଦାଖଲ କରିଥିଲେ | ଆଉ କୋର୍ଟ ଏହି ମାମଲାର ଶୁଣାଣି କରି ଜାନୁୟାରୀ ୧୦ ରେ ରାୟ ସଂରକ୍ଷିତ ରଖିଥିଲେ | ଆଜି ଏହି ରାୟ ପ୍ରକାଶ ପାଇଛି ଓ କୋର୍ଟ ଏହି ଯୋଜନାକୁ ରଦ୍ଦ କରିଦେଇଛନ୍ତି | କାର୍ଯ୍ୟକାରୀ ପ୍ରଧାନ ବିଚାରପତି ବିପିନ୍ ସଂଘୀ ଏବଂ ଜଷ୍ଟିସ୍ ଜସ୍ମିତ ସିଂଙ୍କ ଖଣ୍ଡପୀଠ କହିଛନ୍ତି ଯେ ଦିଲ୍ଲୀ ସରକାର 'ଘରେ ଘରେ ରାସନ' ଯୋଜନାକୁ ସ୍ୱତନ୍ତ୍ର ଢଙ୍ଗରେ କରିପାରିବେ | କିନ୍ତୁ କେନ୍ଦ୍ର ସରକାର ଯୋଗାଇଥିବା ଖାଦ୍ୟ ଶସ୍ୟକୁ ବିତରଣ ପାଇଁ ବ୍ୟବହାର କରିପାରିବ ନାହି |
ସୂଚନା ଥାଉ କି ସୂଚନା ଥାଉ କି ଯେ କେଜ୍ରିୱାଲ ସରକାର ଦିଲ୍ଲୀର ୭୨ ଲକ୍ଷ ଲୋକଙ୍କ ଘରେ ରାସନ ବିତରଣ କରିବାକୁ ଯୋଜନା କରିଥିଲେ। ଦିଲ୍ଲୀର ଲୋକଙ୍କୁ ରାସନ ମାଫିଆଙ୍କ କବଳରୁ ରକ୍ଷା କରିବା ଏବଂ ଘରେ ସମସ୍ତ ସାମଗ୍ରୀ ବିତରଣ କରିବା ପାଇଁ କେଜ୍ରିୱାଲ ସରକାର ଏହି ଯୋଜନା ପ୍ରସ୍ତୁତ କରିଥିଲେ | ଏହାପୂର୍ବରୁ ଏହି ଯୋଜନାକୁ 'ମୁଖ୍ୟମନ୍ତ୍ରୀ ଘରେ ଘରେ-ରାସନ ଯୋଜନା' ରଖାଯାଇଥିଲା, କିନ୍ତୁ କେନ୍ଦ୍ର ସରକାର ଏହାକୁ ବିରୋଧ କରିଥିଲେ। ଆଉ କେଜ୍ରିୱାଲ ସରକାରଙ୍କ 'ଘରେ-ଘରେ ରାସନ' ଯୋଜନା ଉପରେ କେନ୍ଦ୍ର ସରକାର ରୋକ ଲଗାଇଥିଲେ ।
Follow Us