ଏୟାର୍‌ସେଲ୍‌-ମ୍ୟାକ୍ସିସ୍‌ ମାମଲା: କାର୍ତ୍ତିଙ୍କ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ବଢ଼ାଇଲେ ଅଦାଲତ

Advertisment
ଏୟାର୍‌ସେଲ୍‌-ମ୍ୟାକ୍ସିସ୍‌ ମାମଲା: କାର୍ତ୍ତିଙ୍କ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ବଢ଼ାଇଲେ ଅଦାଲତ

ନୂଆଦିଲ୍ଲୀ: ବୁଧବାର ଦିନ ଦିଲ୍ଲୀର ଏକ ଅଦାଲତ କାର୍ତ୍ତି ଚିଦାମ୍ବରମ୍‌ଙ୍କ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ସୀମା ବୃଦ୍ଧି କରିଛନ୍ତି। ଟୁଜି ସ୍ପେକ୍‌ଟ୍ରମ୍‌ ମାମଲାରୁ ଉଠିଥିବା ଏୟାର୍‌ସେଲ୍‌ - ମ୍ୟାକ୍ସିସ୍‌ ଦୁର୍ନୀତି ମାମଲାରେ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ ଫାଇଲ୍‌ କରିଥିବା ଦୁଇଟି କେସ୍‌ ଆଧାରରେ କାର୍ତ୍ତିଙ୍କୁ ଜୁଲାଇ ୧୦ ତାରିଖ ଯାଏଁ ଗିରଫ କରାଯାଇ ପାରିବ ନାହିଁ।

କାର୍ତ୍ତିଙ୍କ ଆଗୁଆ ଜାମିନ ପାଇଁ ଆବେଦନ ଉପରେ ଯୁକ୍ତି ବାଢ଼ିବାକୁ ପ୍ରବର୍ତ୍ତନ ନିର୍ଦେଶାଳୟ ସମୟ ମାଗିବାରୁ ସ୍ୱତନ୍ତ୍ର ବିଚାରପତି ଓ ପି ସାଇନି ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ବଢ଼ାଇ ପୂର୍ବତନ କଂଗ୍ରେସ ନେତା ପି ଚିଦାମ୍ବରମ୍‌ଙ୍କ ପୁଅ କାର୍ତ୍ତିଙ୍କୁ ଆଶ୍ୱସ୍ତି ଦେଇଛନ୍ତି।

publive-image

ପ୍ରବର୍ତ୍ତନ ନିର୍ଦେଶାଳୟ ତରୁଫରୁ ଆଡ୍‌ଭୋକେଟ୍‌ ନୀତେଶ ରାଣା ଉପସ୍ଥିତ ହୋଇ କହିଲେ କି, ସେହିଭଳି ଅନ୍ୟ ଏକ ମାମଲା ସୁପ୍ରିମ୍‌ କୋର୍ଟରେ ଆଗତ ହୋଇଛି ଏବଂ ଜୁଲାଇ ୨ ତାରିଖରେ ତା’ର ଶୁଣାଣି ହେବ।

ମେ ଦୁଇ ତାରିଖ ବୁଧବାର ଯାଏଁ ଅଦାଲତ ଏପ୍ରିଲ୍‌ ୧୬ ତାରିଖ ଦିନ କାର୍ତ୍ତିଙ୍କୁ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe