ଘୃଣା ଭାଷଣ ମାମଲାରେ ଆଜମ ଖାନଙ୍କୁ ଜାମିନ

Advertisment
ଅତିକ ଭଳି ମୋତେ କେହି ମାରିଦେବେନି ତ! ଆଜମଙ୍କୁ ଘାରିଲାଣି ମୃତ୍ୟୁର ଭୟ

ଲକ୍ଷ୍ନୌ: ୨୦୧୯ର ଏକ ଘୃଣା ଭାଷଣ ମାମଲାରେ ସସେନ୍‌ସ ଅଦାଲତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ସମାଜବାଦୀ ପାର୍ଟି (ସପା)ର ବରିଷ୍ଠ ନେତା ଆଜମ ଖାନଙ୍କୁ ମଙ୍ଗଳବାର ଏକ ସ୍ୱତନ୍ତ୍ର ସାଂସଦ/ ବିଧାୟକ ଅଦାଲତ ନିୟମିତ ଜାମିନ ପ୍ରଦାନ କରିଛନ୍ତି। ଘୃଣା ଭାଷଣ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଏବଂ ଦଣ୍ଡ ବିଧାନ ହେବା ପରେ ଖାନଙ୍କୁ ଉତ୍ତରପ୍ରଦେଶ ବିଧାନସଭାରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା।

ଆଜମ ଖାନଙ୍କ ଓକିଲ ଜୁବେର ଅହମ୍ମଦ କହିଛନ୍ତି ଯେ ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ଘୃଣା ଭାଷଣ ଦେଇ ଥିବାରୁ ସ୍ୱତନ୍ତ୍ର ଅଦାଲତର ବିଚାରପତି ଆଲୋକ ଦୁବେ ଅକ୍ଟୋବର ୨୭ରେ ଆଜମ ଖାନଙ୍କୁ ତିନି ବର୍ଷ କାରାଦଣ୍ଡ ରେ ଦଣ୍ଡିତ କରିଥିଲେ। ସେହି ସମୟରେ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଥିଲା ଏବଂ ନିୟମିତ ଜାମିନ ପାଇଁ ଅଦାଲତରେ ଆବେଦନ କରାଯାଇଥିଲା ବୋଲି ଓକିଲ କହିଛନ୍ତି।

ଆଜି ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଅଦାଲତ ଖାନଙ୍କୁ ନିୟମିତ ଜାମିନ ପ୍ରଦାନ କରିଥିଲେ ବୋଲି ସେ କହିଛନ୍ତି। ଉତ୍ତରପ୍ରଦେଶ ବିଧାନସଭାରେ ରାମପୁର ସଦର ଆସନର ପ୍ରତିନିଧିତ୍ୱ କରୁଥିବା ଖାନ ସେସନସ୍‌ ଅଦାଲତର ରାୟକୁ ଚ୍ୟାଲେଞ୍ଜ କରି କରିଥିବା ଆବେଦନର ସମାଧାନ ନହେବା ପର୍ଯ୍ୟନ୍ତ ଜାମିନରେ ରହିବେ।
ରାମପୁର ସଦର ନିର୍ବାଚନ ମଣ୍ଡଳୀରେ ବିଧାନସଭା ଉପନିର୍ବାଚନ ଡିସେମ୍ବର ୫ରେ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe