ଇଚ୍ଛା ବିରୋଧରେ ବିବାହ କରୁଥିବାରୁ ରୋକିବା ପାଇଁ ଝିଅ କରୋନା ପଜିଟିଭ୍ ବୋଲି କହିଲା ବାପା, ତା’ ପରେ......

ଇଚ୍ଛା ବିରୋଧରେ ବିବାହ କରୁଥିବାରୁ ରୋକିବା ପାଇଁ ଝିଅ କରୋନା ପଜିଟିଭ୍ ବୋଲି କହିଲା ବାପା, ତା’ ପରେ......

Deccan Herald

ଇନ୍ଦୋର: ଏବେ କରୋନା ଦ୍ବାରା ଆକ୍ରାନ୍ତ ହେବାର ଭୟ ସମସ୍ତଙ୍କ ମନରେ। ନିଜକୁ ଆକ୍ରାନ୍ତ ହେବାରୁ ବଞ୍ଚାଇବା ପାଇଁ ଲୋକେ ଘରେ ରହିବା ସହ ସାମାଜିକ ଦୂରତା ଅବଲମ୍ବନ କରୁଛନ୍ତି। ତେବେ ଜଣେ ବାପା ନିଜ ଝିଅର ବିବାହ ରୋକିବା ପାଇଁ କରୋନା ଭୂତାଣୁର ସାହାରା ନେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଖଣ୍ଡାୱାରେ। ଝିଅ ଇଚ୍ଛା ବିରୋଧରେ ବିବାହ କରୁଥିବାରୁ ଏହାକୁ ରୋକିବା ପାଇଁ ଝିଅ କରୋନା ପଜିଟିଭ୍ ବୋଲି କହିଥିଲା ବାପା । ଏହା ଶୁଣି ଓକିଲ ଯୁବକ-ଯୁବତୀଙ୍କୁ ତୁରନ୍ତ ଘରକୁ ଯିବା ପାଇଁ କହିଥିଲେ। ଏବେ ଯୁବତୀଜଣଙ୍କ ଘରେ ୧୪ଦିନିଆ ସଙ୍ଗରୋଧରେ ଅଛନ୍ତି ଏବଂ ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି।

The girl's father allegedly told Virendra Verma that she was COVID-19 positive (Representative Image). timesnownews

ଓକିଲ ବିରେନ୍ଦ୍ର ବର୍ମାଙ୍କ କହିବା ମୁତାବକ, ଉଭୟ ଯୁବକ-ଯୁବତୀ ନିଜ ବନ୍ଧୁମାନଙ୍କୁ ଧରି ବିବାହ କରିବା ପାଇଁ କୋର୍ଟରେ ପହଞ୍ଚିଥିଲେ। ଠିକ ସେହି ସମୟରେ ଯୁବତୀଙ୍କ ବାପା ଆସି ମୋ ଝିଅ କରୋନା ପଜିଟିଭ ‌ବୋଲି କହିଥିଲେ। ବୋଧ ହୁଏ ସେ ବିବାହ ରୋକିବା ପାଇଁ ଏଭଳି କରିଥାଇପାରନ୍ତି, କିନ୍ତୁ ମୁଁ ସାବଧାନତା ଅବଲମ୍ବନ କରି ସମସ୍ତଙ୍କୁ ଘରକୁ ଯିବାକୁ କହିବା ସହ ନିଜ‌େ ଘରକୁ ଆସି ଗଧୋଇ ଥିଲି। କୋର୍ଟର ସବୁ କର୍ମଚାରୀ ଏହା ଶୁଣିବା ପରେ ଘରକୁ ଚାଲିଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe