ଦିଶାଙ୍କ ଆବେଦନ ପରେ ଏନବିଏସଏ ଏବଂ କିଛି ମିଡିଆ ହାଉସକୁ ‌ନୋଟିସ ପଠାଇଲେ ଦିଲ୍ଲୀ ହାଇକୋର୍ଟ, ଆସନ୍ତାକାଲି ହେବ ଶୁଣାଣି

ଦିଶାଙ୍କ ଆବେଦନ ପରେ ଏନବିଏସଏ ଏବଂ କିଛି ମିଡିଆ ହାଉସକୁ ‌ନୋଟିସ ପଠାଇଲେ ଦିଲ୍ଲୀ ହାଇକୋର୍ଟ, ଆସନ୍ତାକାଲି ହେବ ଶୁଣାଣି

firstpost

ନୂଆଦିଲ୍ଲୀ: ଟୁଲକିଟ୍ ମାମଲା ସଂକ୍ରାନ୍ତ ତଦନ୍ତ ତଥ୍ୟ ଗଣମାଧ୍ୟମକୁ ଦେବାରୁ ନିବୃତ୍ତ ରହିବାକୁ ପୁଲିସକୁ ନିର୍ଦେଶ ଦେବା ପାଇଁ ଗୁରୁବାର ଦିନ ବେଙ୍ଗାଲୁରୁର ଜଳବାୟୁ କର୍ମୀ ଦିଶା ରବି ଦିଲ୍ଲୀ ହାଇକୋର୍ଟଙ୍କୁ ଆବେଦନ କରିଥିଲେ। ଦିଶାଙ୍କ ଆବେଦନ ପରେ ନ୍ୟୁଜ୍ ବ୍ରୋଡକାଷ୍ଟିଂ ଷ୍ଟାଣ୍ଡାର୍ଡ ଅଥରିଟି (ଏନବିଏସଏ) ଏବଂ କିଛି ମିଡିଆ ହାଉସକୁ ଗୁରୁବାର ଦିଲ୍ଲୀ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ଦିଶାଙ୍କ ପିଟିସନରେ ଥିବା ଏନବିଏସଏ ଏବଂ କିଛି ମିଡିଆ ହାଉସ ପାଇଁ କୌଣସି ଓକିଲ ନଥିବା ବେଳେ କୋର୍ଟ ସେମାନଙ୍କୁ ନୋଟିସ ପଠାଇବା ସହ ଆସନ୍ତାକାଲି ଏହା ଉପରେ ଶୁଣାଣି କରିବେ ବୋଲି କହିଛନ୍ତି।

Image result for Court Notice To 3 News Channels On Activist Disha Ravi's Plea Live Law

ଆଜି ଶୁଣାଣି ସମୟରେ ଦିଲ୍ଲୀ ପୁଲିସ ପାଇଁ ହାଜର ହୋଇଥିବା ସଲିସିଟର-ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, ପୁଲିସ ପକ୍ଷରୁ କୌଣସି ତଥ୍ୟ ଲିକ୍ ହୋଇନାହିଁ ଏବଂ ଆମେ ଏ ବାବଦରେ ଏକ ଆଫିଡେଭିଟ୍ ଦାଖଲ କରିକୁ। ଅନ୍ୟପକ୍ଷରେ, ଦିଶା ରବିଙ୍କ ପାଇଁ ହାଜର ହୋଇ ବରିଷ୍ଠ ଓକିଲ ଅମିତ ସିବଲ କହିଥିଲେ ଯେ, ଦିଶାଙ୍କୁ ଗିରଫ କରାଯିବା ପରେ ସବୁ ତଥ୍ୟ ପୁଲିସ ପାଖରେ ଥିଲା। ମିଡିଆ ମଧ୍ୟ ଏହା ସ୍ବୀକାର କରିଛି ଯେ, ସେମାନେ ପୁଲିସଠାରୁ ତଥ୍ୟ ପାଇଛନ୍ତି। ଯଦି ପୁଲିସ ତଥ୍ୟ ଦେଇ ନାହିଁ, ତେବେ କିଏ ଦେଇଛି? ବୋଲି ପ୍ରଶ୍ନ କରିଥିଲେ ଅମିତ ସିବଲ। ଏହା ସହ ଆଗକୁ କୌଣସି ତଥ୍ୟ ଯେମିତି ଲିକ ନହୁଏ ସେ ନେଇ ଲିଖିତ ଆକାରରେ ଦେବାକୁ କହିଥିଲେ ଅମିତ ସିବଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe