ନୂଆଦିଲ୍ଲୀ : ତାଜମହଲ୍ରେ କେବଳ ଆଗ୍ରା ବାସିନ୍ଦା ହିଁ ନମାଜ ପଢ଼ିପାରିବେ। ଯେଉଁମାନେ ଆଗ୍ରା ବାସିନ୍ଦା ହୋଇନଥିବେ ସେମାନେ ତାଜମହଲ୍ ପରିସରରେ ଥିବା ମସଜିଦ୍ରେ ନମାଜ ପଢ଼ିପାରିବେନି। ତାଜମହଲ୍ ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଗୋଟିଏ। ବିଶ୍ୱ ଐତିହ୍ୟ ସ୍ଥଳ ତାଜମହଲ୍ ସଂରକ୍ଷିତ ହୋଇ ରହିବା ଉଚିତ୍। ଏହାର ସୁରକ୍ଷା ଓ ସଂରକ୍ଷଣ ସର୍ବଶ୍ରେଷ୍ଠ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ତାଜମହଲ୍ରେ ପ୍ରାର୍ଥନା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ମଧ୍ୟ ଆଜି ସୁପ୍ରିମକୋର୍ଟର ବିଚାରପତି ଏ କେ ସିକ୍ରି ଏବଂ ଅଶୋକ ଭୂଷଣଙ୍କ ଖଣ୍ଡପୀଠ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ତାଜମହଲ୍ରେ ଆଗ୍ରା ବାସିନ୍ଦା ବ୍ୟତୀତ ଅନ୍ୟମାନେ ନମାଜ ପଢ଼ିପାରିବେନି ବୋଲି ଆଗ୍ରା ଜିଲ୍ଲା ପ୍ରଶାସନ ପୂର୍ବରୁ ଦେଇଥିବା ଏକ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ଆଜି ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ଶୁଣାଣି କରି ଏଭଳି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଗତ ଜାନୁଆରୀ ୨୪ ତାରିଖରେ ଆଗ୍ରା ଜିଲ୍ଲା ପ୍ରଶାସନ ଏକ ନିର୍ଦ୍ଦେଶ ଜାରି କରି କହିଥିଲେ ଯେ କେବଳ ଆଗ୍ରା ବାସିନ୍ଦା ହିଁ ନିଜର ପରିଚୟ ପତ୍ର ଥାଇ ଐତିହ୍ୟ ସ୍ଥଳ ତାଜମହଲ୍ରେ ପ୍ରବେଶ କରିବାର ଅନୁମତି ପାଇ ପାରିବେ। ଶୁକ୍ରବାର ଦିନ ତାଜମହଲ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ। ପୂର୍ବରୁ ୨୦୧୩ ମସିହାରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏଭଳି ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇନଥିଲା।
ତାଜମହଲ୍ରେ ନମାଜ ପାଇଁ ସୁପ୍ରିମକୋର୍ଟଙ୍କ ସର୍ତ୍ତ
Advertisment
Follow Us