ଗୁଜରାଟ ପୋଲ ଦୁର୍ଘଟଣା ନେଇ ମୋର୍ବି ପୌରପାଳିକାକୁ କୋର୍ଟଙ୍କ ଭର୍ତ୍ସନା

Advertisment
ମୋର୍ବି ପୋଲ ଭୁଶୁଡ଼ିବା ଘଟଣା: ୧୨୬୨ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା ପୁଲିସ

ଅହମଦାବାଦ : ଗୁଜରାଟର ମୋର୍ବି ପୋଲ ଭୁଶୁଡ଼ି ୧୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟଣାରେ ତୁରନ୍ତ ଜବାବ ଦେବା ପାଇଁ ଗୁଜରାଟ ହାଇକୋର୍ଟ ମୋର୍ବି ପୌରପାଳିକାକୁ ଆଦେଶ ଦେଇଛନ୍ତି। ପୌରପାଳିକାକୁ କୋର୍ଟ କହିଛନ୍ତି, ‘‘କାଲି ତ ବେଶ୍ ସକ୍ରିୟ ଥିଲ, ଆଜି କାହିଁକି ଢିଲା? ଆଜି ସନ୍ଧ୍ୟା ସୁଦ୍ଧା ଜବାବ ଦିଅ, ନ ହେଲେ ୧ ଲକ୍ଷ ଟଙ୍କା ଜରିମାନା ଦିଅ।’’

ପୌର ପରିଷଦର ଓକିଲ କହିଛନ୍ତି, ଦାୟିତ୍ବରେ ଥିବା ଉପଜିଲ୍ଲାପାଳ ନିର୍ବାଚନ ଡ୍ୟୁଟିରେ ଥିବାରୁ ଉତ୍ତର ଦେବାରେ ବିଳମ୍ବ ଘଟୁଛି। ପୋଲ ଭୁଶୁଡ଼ିବାର କାରଣ ନେଇ ସବିଶେଷ ବିବରଣୀ ଏକ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ କୋର୍ଟ ଆଦେଶ ଦେଇଥିଲେ। ଦେଢ଼ଶହ ବର୍ଷର ପୋଲ ମରାମତି ପାଇଁ କେଉଁ ଆଧାରରେ ଠିକାଦାର ଚୟନ କରାଯାଇଥିଲା ତାହା ଜଣାଇବାକୁ କୋର୍ଟ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe