ସାବରକରଙ୍କ ବିଷୟରେ ଅପମାନସୂଚକ ଟିପ୍ପଣୀ ଦେଇଥିବାରୁ ରାହୁଲଙ୍କୁ ସମନ

କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ପୁଣେର ଏକ ସ୍ବତନ୍ତ୍ର ଅଦାଲତ ସମନ ପଠାଇଛନ୍ତି। କୋର୍ଟରୁ ସମନ ପାଇବା ପରେ ପୁଣି ଥରେ ଅଡୁଆରେ ଛନ୍ଦି ହୋଇପଡ଼ିଛନ୍ତି କଂଗ୍ରେସ ସାଂସଦ ରାହୁଲ।

Rahul

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ପୁଣେର ଏକ ସ୍ବତନ୍ତ୍ର ଅଦାଲତ ସମନ ପଠାଇଛନ୍ତି। କୋର୍ଟରୁ ସମନ ପାଇବା ପରେ ପୁଣି ଥରେ ଅଡୁଆରେ ଛନ୍ଦି ହୋଇପଡ଼ିଛନ୍ତି କଂଗ୍ରେସ ସାଂସଦ ରାହୁଲ। ସାବରକରଙ୍କ ସମ୍ପର୍କରେ ରାହୁଲ ଗାନ୍ଧୀ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ଆଣି ସାତ୍ୟକି ସାବରକର ଏକ ମାନହାନୀ ମାମଲା ରୁଜୁ କରିଥିଲେ। ସେହି ମାମଲା ଆଧାରରେ ରାହୁଲଙ୍କୁ ସମନ ପଠାଯାଇଛି।

ଗତ ବର୍ଷ ରାହୁଲ ବ୍ରିଟେନ ଯାଇଥିବା ବେଳେ ସାବରକରଙ୍କ ସମ୍ପର୍କରେ ଅପମାନସୂଚକ ଟିପ୍ପଣୀ କରିଥିଲେ । ଏହା ବିରୋଧରେ ସାବରକରଙ୍କ ସମ୍ପର୍କୀୟ ପୁତୁରା ପୁଣେର ଗୋଟିଏ କୋର୍ଟରେ ମାନହାନୀ ମାମଲା କରିଥିଲେ । ଏହାର ଶୁଣାଣୀ କରି କୋର୍ଟ ଆଜି ରାହୁଲ ଗାନ୍ଧୀଙ୍କୁ ସମନ କରିଛନ୍ତି । ତାଙ୍କୁ ଅକ୍ଟୋବର ୨୩ରେ କୋର୍ଟରେ ହାଜର ହେବାକୁ ସମନରେ କୁହାଯାଇଛି । 

ସାବରକରଙ୍କ ଅଭିଯୋଗ ଅନୁସାରେ ରାହୁଲ କହିଥିଲେ ଯେ ‘ଭି ଡି ସାବରକାର ଏକ ବହି ଲେଖିଥିାଲ ଓ ସେ ଥିରେ ଲେଖାଥଇଲା କି ସେ ଏବଂ ତାଙ୍କର ୫-୬ ଜଣ ସାଙ୍ଗ ମିଶି ଜଣେ ମୁସ୍‌ଲମାନ୍‌ ବ୍ୟକ୍ତିଙ୍କୁ ମାଡ଼ ମାରିଥିଲେ। ଆଉ ମାଡ଼ ମାରିବା ପରେ ସେମାନେ ବହୁତ ଖୁସି ହୋଇଥିଲେ।’’

ରାହୁଲଙ୍କ ଏହି ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି ଭି ଡି ସାବରକରଙ୍କ ପୁତୁରା ସାତ୍ୟକି ସାବରକର। ସେ କହିଛନ୍ତି ‌କି ରାହୁଲ ଗାନ୍ଧୀଙ୍କ ଟିପ୍ପଣୀ ଏକଦମ ମିଛ ଏବଂ ମନଗଢ଼ା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe