କୋଭାକ୍ସିନ-କୋଭିସିଲ୍‌ଡ ବଜାରରେ ବିକ୍ରି ପାଇଁ ଉପଲବ୍ଧ ହେବ

Advertisment

କେବଳ ହସ୍ପିଟାଲ ଓ କ୍ଲିନିକ୍‌ରେ ବିକ୍ରି ହେବ, ପ୍ରତି ୬ ମାସରେ ଟିକାକରଣ ତଥ୍ୟ ଉପସ୍ଥାପନ କରାଯିବ

କେବଳ ହସ୍ପିଟାଲ ଓ କ୍ଲିନିକ୍‌ରେ ବିକ୍ରି ହେବ, ପ୍ରତି ୬ ମାସରେ ଟିକାକରଣ ତଥ୍ୟ ଉପସ୍ଥାପନ କରାଯିବ

କୋଭାକ୍ସିନ-କୋଭିସିଲ୍‌ଡ ବଜାରରେ ବିକ୍ରି ପାଇଁ ଉପଲବ୍ଧ ହେବ

Business Standard

ନୂଆଦିଲ୍ଲୀ: କୋଭିଡ୍‌-୧୯ ପ୍ରତିରୋଧକ ଟିକା କୋଭାକ୍ସିନ୍‌ ଏବଂ କୋଭିସିଲ୍‌ଡକୁ ବୟସ୍କ ଜନସଂଖ୍ୟା ପାଇଁ ବିକ୍ରି ନିମନ୍ତେ ଏଣିକି ବଜାରରେ ଉପଲବ୍ଧ ହେବ। ଭାରତର ଔଷଧ ମହାନିୟନ୍ତ୍ରକ(ଡିସିଜିଆଇ) ଏହି ଦୁଇ ଟିକାକୁ ସର୍ତ୍ତମୂଳକ ଭାବେ ବଜାରରେ ନିୟମିତ ବିକ୍ରି ପାଇଁ ଅନୁମତି ପ୍ରଦାନ କରିଛନ୍ତି। ତେବେ ଏହି ଟିକା ପ୍ରଥମେ ମେଡିକାଲ ଷ୍ଟୋର୍‌ଗୁଡ଼ିକରେ ଉପଲବ୍ଧ ହେବନାହିଁ। ହସ୍ପିଟାଲ ଏବଂ କ୍ଳିନିକ୍‌ରୁ ଟିକା କ୍ରୟ କରାଯାଇପାରିବ। ଏ ବାବଦରେ ଟିକାକରଣ ସଂକ୍ରାନ୍ତ ତଥ୍ୟ ଡିସିଜିଆଇକୁ ୬ ମାସ ମଧ୍ୟରେ ପ୍ଦାନ କରିବାକୁ ହେବ ବୋଲି ସର୍ତ୍ତ ରଖାଯାଇଛି। ଏହି ତଥ୍ୟକୁ କୋଓ୍ପିନ୍‌ ଆପ୍‌ରେ ଅପଡେଟ୍‌ କରାଯିବ।

ଗତକାଲି ଏକ ସୂତ୍ରରୁ ଜଣାପଡ଼ିଥିଲା ଯେ ଉଭୟ ଟିକାର ମୂଲ୍ୟ ପ୍ରତି ଡୋଜ୍‌ ପିଛା ୨୭୫ ଟଙ୍କା ରହିବ ଏବଂ ଅତିରିକ୍ତ ସେବା କର ୧୫୦ ଟଙ୍କାରେ ସୀମିତ ରହିବା ସଂଭାବନା ଅଛି। ଜାତୀୟ୍ର ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନ୍‌ପିପିଏ)କୁ ଟିକାକୁ ସୁଲମ କରିବା ପାଇଁ ମୂଲ୍ୟ ନିୟନ୍ତ୍ରଣରେ ରହିବାକୁ କାମ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏବେ କୋଭାକ୍ସିନର ମୂଲ୍ୟ ପ୍ରତି ଡୋଜ୍‌ ପିଛା ୧୨ ଶହ ଟଙ୍କା ରହିଥିବା ବେଳେ କୋଭିସିଲ୍‌ଡର ଡୋଜ୍‌ ପିଛା ମୂଲ୍ୟ ଘରୋଇ ହସ୍ପିଟାଲରେ ୭୮୦ ଟଙ୍କା ରହିଛି। ଏବେ ଉଭୟ ଟିକା ଦେଶରେ କେବଳ ଜରୁରୀ ବ୍ୟବହାର ପାଇଁ ଅନୁମତି ଆଧାରରେ ଉପଲବ୍ଧ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe