କୋଭାକ୍ସିନକୁ ‘ହୁ’ର ସ୍ୱୀକୃତି

ବାହ୍ୟ ଚାପରେ କୋଭାକ୍ସିନକୁ ତରବରିଆ ଭାବେ ପ୍ରସ୍ତୁତ କରାଯାଇଥିବା ଖବରକୁ କମ୍ପାନିର ଖଣ୍ଡନ

DNA India

ନୂଆଦିଲ୍ଲୀ : ଭାରତ ବାୟୋଟେକ୍ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ କୋଭାକ୍ସିନ ଟିକାକୁ ନେଇ ଦୀର୍ଘଦିନ ଧରି ଲାଗି ରହିଥିବା ଅନିଶ୍ଚିତତାରେ ଅନ୍ତ ଘଟିଛି। ଦୀପାବଳିର ଦିନକ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) କୋଭାକ୍ସିନକୁ ସ୍ୱୀକୃତି ପ୍ରଦାନ କରିଛି। ‘ହୁ’ ପକ୍ଷରୁ କୁହାଯାଇଛି ଯେ କରୋନାର ମୁକାବିଲା ଲାଗି ଏହି ଟିକା ୭୭.୮ ଭାଗ ପ୍ରଭାବୀ ହୋଇଥିବାରୁ ଅନ୍ୟ ଦେଶରେ ଏହାର ଜରୁରୀ ବ୍ୟବହାର କରାଯାଇପାରିବ।

‘ହୁ’ର ଏହି ନିଷ୍ପତ୍ତି ବିଦେଶ ଯାତ୍ରା କରୁଥିବା ଲକ୍ଷ ଲକ୍ଷ ଭାରତୀୟଙ୍କୁ ଆଶ୍ୱସ୍ତ କରିଛି। କାରଣ କୋଭାକ୍ସିନ ନେଇ ମଧ୍ୟ ବିଦେଶ ଯାତ୍ରା କରୁଥିଲେ ସେଠାରେ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ୁଥିଲା। ବିଶେଷ କରି ଆମେରିକା, ବ୍ରିଟେନ, କାନାଡ଼ା, ଅଷ୍ଟ୍ରେଲିଆ ଭଳି ଦେଶ‌େର ପାଠ ପଢ଼ିବାକୁ ଯାଉଥିବା ଭାରତୀୟ ଛାତ୍ରଛାତ୍ରୀ ସମସ୍ୟାର ସମ୍ମୁଖୀନ ହେଉଥିଲେ। ‘ହୁ’ର ଜରୁରୀ ବ୍ୟବହାର ତାଲିକାରେ ସ୍ଥାନ ପାଇଥିବାରୁ ‌କୋଭାକ୍ସିନର ଅନ୍ୟ ଦେଶକୁ ଯୋଗାଣ ସହ‌ଜ ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe