ଆଗାମୀ ପର୍ଯ୍ୟାୟରେ ୨ ରୁ ୧୮ ବର୍ଷ ବୟସ୍କଙ୍କ ଶରୀରରେ ପରୀକ୍ଷଣ ପାଇଁ ଅନୁମୋଦନ ପାଇଲା ‘କୋଭାକ୍ସିନ୍‌’: ରିପୋର୍ଟ

Advertisment
ଖୁବ୍‌ ଶୀଘ୍ର କୋଭାକ୍ସିନ୍‌କୁ ମିଳିପାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସ୍ବୀକୃତି; ପୂରଣ କରୁଛି ନିରାପତ୍ତା ସମ୍ପର୍କିତ ମାନଦଣ୍ଡ

Image Courtesy of NDTV

ନୂଆଦିଲ୍ଲୀ: ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟରେ ୨ ରୁ ୧୮ ବର୍ଷ ବୟସ୍କବର୍ଗଙ୍କ ଶରୀରରେ ନୈଦାନିକ ପରୀକ୍ଷଣ ନିମନ୍ତେ ‘ଭାରତ ବାୟୋଟେକ୍‌’ର କୋଭିଡ୍‌-୧୯ ଟିକା ‘କୋଭାକ୍ସିନ୍‌’କୁ ଏକ ବିଶେଷଜ୍ଞ କମିଟି ମଙ୍ଗଳବାର ଦିନ ଅନୁମତି ଦେଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।

‘ଏମ୍‌ସ୍‌’-ଦିଲ୍ଲୀ, ‘ଏମ୍‌ସ୍‌’-ପାଟନା ଏବଂ ନାଗପୁରସ୍ଥିତ ‘ମେଡିଟ୍ରିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ୍‌ ସାଇନ୍‌ସେସ୍‌’ ସମେତ ଅନ୍ୟ କେତେକ ସ୍ଥାନରେ ୫୨୫ଜଣ ସ୍ବେଚ୍ଛାସେବୀଙ୍କ ଶରୀରରେ ଏହି ଟିକା ପରୀକ୍ଷା କରାଯିବ।

ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ୨ ରୁ ୧୮ ବର୍ଷ ବୟସବର୍ଗଙ୍କ ଶରୀରରେ ‘କୋଭାକ୍ସିନ୍‌’ର ନିରାପତ୍ତା, ପ୍ରତିକ୍ରିୟା ଏବଂ ରୋଗ ପ୍ରତିରୋଧକ ଶକ୍ତି ମୂଲ୍ୟାୟନ କରିବା ଲାଗି ହାଇଦ୍ରାବାଦସ୍ଥିତ ‘ଭାରତ ବାୟୋଟେକ୍‌’ କରିଥିବା ଆବେଦନକୁ ମଙ୍ଗଳବାର ଦିନ ‘ସେଣ୍ଟ୍ରାଲ୍‌ ଡ୍ରଗ୍‌ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍‌ ଅର୍ଗାଇଜେସନ୍‌’ର କୋଭିଡ୍‌-୧୯ ସମ୍ବନ୍ଧୀୟ କମିଟି ‘ଦି ସବ୍‌ଜେକ୍ଟ୍‌ ଏକ୍ସପର୍ଟ କମିଟି’ ଅନୁମୋଦନ କରିଛି।

publive-image Image Courtesy of Zee News

ପୁଙ୍ଖାନୁପୁଙ୍ଖ ବିଚାରବିମର୍ଶ ପରେ, ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟରେ ୨ରୁ ୧୮ ବର୍ଷ ବୟସ୍କବର୍ଗଙ୍କ ଶରୀରରେ ‘କୋଭାକ୍ସିନ୍‌’ ପରୀକ୍ଷଣ ପ୍ରସ୍ତାବକୁ କମିଟି ସସର୍ତ୍ତ ଅନୁମୋଦନ କରିଛି। ସର୍ତ୍ତ ହେଲା, ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପୂର୍ବରୁ କମ୍ପାନି ‘ଡିଏସ୍‌ଏମ୍‌ବି’ ଅନୁମୋଦନ ସହିତ ୨ୟ ପର୍ଯ୍ୟାୟର ମଧ୍ୟବର୍ତ୍ତୀକାଳୀନ ନିରାପତ୍ତା ତଥ୍ୟ ‘ସିଡିଏସ୍‌ସିଓ’ଙ୍କ ନିକଟରେ ଦାଖଲ କରିବ।

ଫେବ୍ରୁଆରି ୨୪ ତାରିଖ ଦିନ ମଧ୍ୟ ‘ଏସ୍‌ଇସି’ ବୈଠକରେ ‘ଭାରତ ବାୟୋଟେକ୍‌’ର ଏହି ପ୍ରସ୍ତାବ ଉପରେ ବିଚାର-ଆଲୋଚନା କରାଯାଇ ସଂଶୋଧିତ ‘କ୍ଲିନିକାଲ୍‌ ଟ୍ରାଏଲ୍‌ ପ୍ରୋଟୋକଲ୍‌’ ଦାଖଲ କରିବା ଲାଗି କମ୍ପାନିକୁ ନି‌ର୍ଦେଶ ଦିଆଯାଇଥିଲା।

‘ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ’ ସହଯୋଗରେ ‘ଭାରତ ବାୟୋଟେକ୍‌’ଦ୍ବାରା ସ୍ବଦେଶ ପ୍ରସ୍ତୁତ ‘କୋଭାକ୍ସିନ୍’ ସମଗ୍ର ଦେଶରେ ପ୍ରାପ୍ତ ବୟସ୍କଙ୍କ ନିମନ୍ତେ ଚାଲିଥିବା କୋଭିଡ୍-୧୯ ଟିକାକରଣ ଅଭିଯାନରେ ବ୍ୟବହାର ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe