ଶିଶୁଙ୍କ ପାଇଁ କୋଭାକ୍ସିନ ଦ୍ୱିତୀୟ ଡୋଜ୍‌ ପରୀକ୍ଷଣ ଆସନ୍ତା ସପ୍ତାହରୁ

Advertisment
ଶିଶୁଙ୍କ ପାଇଁ କୋଭାକ୍ସିନ ଦ୍ୱିତୀୟ ଡୋଜ୍‌ ପରୀକ୍ଷଣ ଆସନ୍ତା ସପ୍ତାହରୁ

Business Standard

ନୂଆଦିଲ୍ଲୀ : ଭାରତ ବାୟୋଟେକ ୨ ରୁ ୬ ବୟସର ଶିଶୁଙ୍କ ପାଇଁ ପ୍ରସ୍ତୁତ କରିଥିବା 'କୋଭାକ୍ସିନ' ଟିକାର ଦ୍ବିତୀୟ ଡୋଜ୍‌ର ପରୀକ୍ଷଣ ଆସନ୍ତା ସପ୍ତାହରୁ ଆରମ୍ଭ କରିବାକୁ ଯାଉଛି। ଦିଲ୍ଲୀ ଏମ୍‌ସରେ ଏଥିପାଇଁ ସମସ୍ତ ପ୍ରସ୍ତୁତି ହୋଇଛି। ଏହି ପରୀକ୍ଷଣର ସଫଳତା ଭାରତର କରୋନା ଲଢ଼େଇକୁ ନିର୍ଣ୍ଣାୟକ ରୂପ ଦେବ ବୋଲି କୁହାଯାଉଛି। କୋଭିଡ ମହାମାରୀର ତୃତୀୟ ଲହର ଆସିବା ପୂର୍ବରୁ ଭାରତରେ ଟିକାକରଣ ବାବଦ ସମସ୍ତ ଜରୁରୀ ପ୍ରକ୍ରିୟା ଶେଷ କରିବାକୁ ଏମ୍ସ ଲକ୍ଷ ରଖିଥିବା ବେଳେ ଏହାର ନିର୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି ଯେ ସେପ୍ଟେମ୍ବର ଶେଷ ସୁଦ୍ଧା ୧୮ ବର୍ଷରୁ କମ୍‌ ବୟସରୁ କମ ପିଲାଙ୍କ ପାଇଁ ଟିକା ଉପଲବ୍ଧ ହୋଇପାରେ।

ଅନ୍ୟପକ୍ଷେ ପୂର୍ବରୁ ସରକାରଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟକୁ ଦିଆଯାଇଥିବା ସୂଚନା ଅନୁସାରେ ଜାଇଡସ୍ କ୍ୟାଡିଲା ଏହାର ଡିଏନ୍ଏ ଆଧାରିତ କୋଭିଡ ଟିକା 'ଜାଇକୋଭ୍-ଡି'ର ୧୨ ରୁ୧୮ ବୟସ ଶ୍ରେଣୀ ପାଇଁ କ୍ଲିନିକାଲ୍ ପରୀକ୍ଷା ଶେଷ କରିଛି। ଆଇନଗତ ମଂଜୁରି ମିଳିବା ପରେ ଏହା ନିକଟ ଭବିଷ୍ୟତରେ ଉପଲବ୍ଧ ହୋଇପାରେ। ପିଲାଙ୍କ ପାଇଁ କୋଭାକ୍ସିନ ପରୀକ୍ଷଣ ଏମ୍‌ସ ସମେତ ଦେଶର ୬ଟି କେନ୍ଦ୍ରରେ ହେଉଛି । ତେବେ ଏହାର ଫଳାଫଳ ସେପ୍‌ଟେମ୍ବରରେ ହିଁ ଆସିପାରିବ ବୋଲି ଜଣାପଡ଼ିଚି। ଚୂଡ଼ାନ୍ତ ରିପୋର୍ଟ ମିଳିବା ପରେ ହିଁ ଏହି ଟିକା ପିଲାଙ୍କ ପାଇଁ ବ୍ୟବହାର ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe