ଦିଲ୍ଲୀରେ ନାବାଳକଙ୍କଠାରେ କୋଭାକ୍ସିନ୍‌ ପରୀକ୍ଷଣ ଆରମ୍ଭ

ଶତ ପ୍ରତିଶତ ଟିକାକରଣ ପରେ ବୁଷ୍ଟର ଡୋଜ୍‌ ଦିଆଯିବା ଭଲ

International Banker

ନୂଆଦିଲ୍ଲୀ: ଆଜିଠାରୁ ନୂଆଦିଲ୍ଲୀ ସ୍ଥିତ ଏମ୍‌ସରେ ୨ରୁ ୧୮ ବର୍ଷ ବୟସର ପିଲାଙ୍କ ଠାରେ ଦେଶର ନିଜସ୍ବ ଜ୍ଞାନକୌଶଳରେ ବିକଶିତ କୋଭିଡ୍‌ ଟିକା ‘କୋଭାକ୍ସିନ୍‌’ର ନୈଦାନିକ ପରୀକ୍ଷଣ ଆରମ୍ଭ ହୋଇଛି। ଏହି ପରୀକ୍ଷଣରେ ୫୨୫ ଜଣ ବିଭିନ୍ନ ବୟସର ନାବାଳକଙ୍କୁ ସାମିଲ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଆଜି ଠାରୁ ସୁସ୍ଥ ସ୍ବେଚ୍ଛାସେବୀମାନଙ୍କର ପଞ୍ଜୀକରଣ ଆରମ୍ଭ ହୋଇଛି। ଏଥିରେ ସ୍ବେଚ୍ଛାସେବୀଙ୍କ ମାଂସପେଶୀରେ ୨୮ ଦିନ ବ୍ୟବଧାନରେ ଦୁଇଟି ମାତ୍ରା ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଉତ୍ସାହୀ ସ୍ବେଚ୍ଛାସେବୀମାନଙ୍କର ପଞ୍ଜୀକରଣ ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଉପାଦାନ ଭିତ୍ତିରେ ସେମାନଙ୍କୁ ଚୟନ କରାଯାଇ ଟିକାର ପ୍ରଥମ ମାତ୍ରା ପ୍ରଦାନ କରାଯିବ ବୋଲି ଏମ୍‌ସ ଗୋଷ୍ଠୀ ଔଷଧ କେନ୍ଦ୍ରର ପ୍ରଫେସର ଡା. ସଞ୍ଜୟ ରାୟ କହିଛନ୍ତି। ସୂଚନା ଥାଉ କି, ଭାରତ ବାୟୋଟେକ୍‌ ଦ୍ବାରା ବିକଶିତ ଏହି ଟିକାର ଶିଶୁଙ୍କ ଠାରେ ନୈଦାନିକ ପରୀକ୍ଷଣ ଏହା ପୂର୍ବରୁ ବିହାରର ପାଟଣା ଏମ୍‌ସରେ ଆରମ୍ଭ ହୋଇସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe