ବଡ଼ୋଦରା : କରୋନା କବଳରୁ ମୁକୁଳିଲା କୁନିଝିଅ

Advertisment
ଚଳିତ ମାସରେ ୬ ଦିନ ଚିହ୍ନଟ ହୋଇ ନାହାନ୍ତି କରୋନା ସଂକ୍ରମିତ

Long Island Press

ବଡ଼ୋଦରା : ଗୁଜରାଟର ଛୋଟାଉଦେପୁର ଜିଲ୍ଲାର ଦ୍ୱିତୀୟ କରୋନା ପଜିଟିଭ୍‌ ରୋଗୀ ସେଇ ଦୁଇ ବର୍ଷର ବାଳିକା ଜଣକ ଗୋତ୍ରି ବଡ଼ଡାକ୍ତରଖାନାରୁ ରୋଗମୁକ୍ତ ହୋଇ ବାପାଙ୍କ ସହ ଘରକୁ ଫେରିଛନ୍ତି। ବୋଦେଲି ଗାଆଁର ଆୟେଶା ଖତ୍ରୀ ନାମକ ଏଇ ଝିଅଟି ତାଙ୍କର ୬୦ ବର୍ଷୀୟ ଜେଜେବାପାଙ୍କ ଠାରୁ ସଂକ୍ରମିତ ହୋଇଥିଲା। ତାଙ୍କ ଜେଜେ ମଧ୍ୟ ସେଇ ଡାକ୍ତରଖାନାରୁ ଗତ ସପ୍ତାହରେ ରୋଗମୁକ୍ତ ହୋଇ ଘରକୁ ଫେରିଥିଲେ। ଦୁଇ ଥର ଲାଳ ପରୀକ୍ଷା କରାଯିବା ପରେ ଝିଅଟିର ନମୁନା ନେଗେଟିଭ୍‌ ବାହାରିବାରୁ, ଭର୍ତିହେବାର ୧୩ ଦିନ ପରେ ଡାକ୍ତରମାନେ ଝିଅଟିକୁ ସୁସ୍ଥ ଘୋଷଣା କରିଥିଲେ। ତେବେ ସେଇ ଡାକ୍ତରଖାନାରେ ଝିଅଟିର ମାଆ କୋଭିହ୍‌-୧୯ ଆକ୍ରାନ୍ତ ରୂପେ ଏବେ ବି ଚିକିତ୍ସାଧୀନ ଥିବା କହିଛନ୍ତି ଝିଅର ବାପା ତଥା ମହିଳାଙ୍କ ସ୍ୱାମୀ ଅହମଦୁଲ୍ଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe