କରୋନା ବାୟୁମାଧ୍ୟମରେ ବ୍ୟାପୁଥାଇପାରେ : ଆଇସିଏମଆର

Advertisment

ଓଡ଼ିଶାର ଆରୋଗ୍ୟ ହାର ଜାତୀୟହାରଠାରୁ ଅଧିକ

ଓଡ଼ିଶାର ଆରୋଗ୍ୟ ହାର ଜାତୀୟହାରଠାରୁ ଅଧିକ

ଆଇସିଏମଆର ସେରୋ ସର୍ଭେରୁ ଚିନ୍ତାଜନକ ତଥ୍ୟ, ଅଗଷ୍ଟ ସୁଦ୍ଧା ଦେଶର ପ୍ରତି ୧୫ ଜଣରେ ଜଣେ ଆକ୍ରାନ୍ତ

pib

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଡ୍ରପଲେଟ ମାଧ୍ୟମରେ ବ୍ୟାପିଥାଏ । ତେବେ କେତେକ ବୈଜ୍ଞାନିକ କହୁଛନ୍ତି ଯେ ଏହା ବାୟୁମାଧ୍ୟମରେ ମଧ୍ୟ ବ୍ୟାପୁଥାଇପାରେ । ବାୟୁରେ ଥିବା ମାଇକ୍ରୋ ଡ୍ରପଲେଟ (୫ ମାଇକ୍ରନରୁ କମ ଆକାରର) ମାଧ୍ୟମରେ ଏହା ବ୍ୟାପୁଥାଇପାରେ । ତେବେ ଆମକୁ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେବାକୁ ହେବ ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର)ର ମହାନିର୍ଦ୍ଦେଶକ ଡ. ବଳରାମ ଭାର୍ଗବ କହିଛନ୍ତି ।

ଗତ ସପ୍ତାହରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ କୁହାଯାଇଥିଲା ଯେ କେତେକ ପ୍ରମାଣ ମିଳିଛି ଯେ କୋଭିଡ-୧୯ ଏକ ଆବଦ୍ଧ କୋଠରୀରେ ଥିବା ବାୟୁରେ ରହିପାରେ ଓ ଅନ୍ୟକୁ ସଂକ୍ରମିତ କରିପାରେ ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀ ଅବସରରେ ମନ୍ତ୍ରାଳୟର ଓଏସଡି ରାଜେଶ ଭୁଷଣ କହିଛନ୍ତି ଯେ ଦେଶର ମୋଟ ସଂକ୍ରମଣ ମାମଲା ମଧ୍ୟରୁ ୮୬ ପ୍ରତିଶତ ୧୦ଟି ରାଜ୍ୟରେ ସୀମିତ ରହିଛି । ତାହା ମଧ୍ୟରୁ ଦୁଇଟି ରାଜ୍ୟ ମହାରାଷ୍ଟ୍ର ଓ ତାମିଲନାଡ଼ୁରେ ୫୦ ପ୍ରତିଶତ ଓ ୮ଟି ଅନ୍ୟ ରାଜ୍ୟରେ ଅବଶିଷ୍ଟ ୩୬ ପ୍ରତିଶତ ସଂକ୍ରମଣ ମାମଲା ରହିଛି । ଭାରତରେ ଆରୋଗ୍ୟ ହାର ୬୩ ପ୍ରତିଶତ ଥିବାବେଳେ ୨୦ଟି ରାଜ୍ୟର ଆରୋଗ୍ୟ ହାର ଜାତୀୟ ହାରଠାରୁ ଅଧିକ । ଗୁଜୁରାଟର ଆରୋଗ୍ୟ ହାର ୭୦ ପ୍ରତିଶତ ଥିବାବେଳେ ଓଡ଼ିଶାର ଆରୋଗ୍ୟ ହାର ୬୭ ପ୍ରତିଶତ ରହିଛି । ଆସାମର ଆରୋଗ୍ୟ ହାର ୬୫ ପ୍ରତିଶତ ଥିବାବେଳେ ଉତ୍ତରପ୍ରଦେଶର ଆରୋଗ୍ୟ ହାର ୬୪ ପ୍ରତିଶତ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe