କୋଭିଡ୍-୧୯ର ଆଉ ତିନୋଟି ନୂଆ ଲକ୍ଷଣ ତାଲିକାଭୁକ୍ତ କଲା ଆମେରିକାର ‘ସିଡିସି’

Advertisment
କୋଭିଡ୍-୧୯ର ଆଉ ତିନୋଟି ନୂଆ ଲକ୍ଷଣ ତାଲିକାଭୁକ୍ତ କଲା ଆମେରିକାର ‘ସିଡିସି’

Image Courtesy of Elemental Medium

ନୂଆଦିଲ୍ଲୀ: ପ୍ରଚଳିତ ତାଲିକାରେ ଯୁକ୍ତରାଷ୍ଟ୍ର ଆମେରିକାର ଶୀର୍ଷ ସ୍ବାସ୍ଥ୍ୟ ସଂସ୍ଥାନ ‘ଦ ସେଣ୍ଟର୍‌ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍‌ସନ୍’ (ସିଡିସି) କୋଭିଡ୍-୧୯ର ଆଉ ତିନୋଟି ନୂଆ ଲକ୍ଷଣ ସାମିଲ କରିଛି।

ଏହି ନୂତନ ଲକ୍ଷଣ ସବୁ ହେଉଛି ନାସିକା ରୁନ୍ଧି ହେବା ବା ସିଙ୍ଘାଣି ବୋହିବା, ବାନ୍ତି ବାନ୍ତି ଲାଗିବା ଏବଂ ତରଳ ଝାଡ଼ା ହେବା। ଏଯାବତ୍ ‘ସିଡିସି’ ଏହି ମହାମାରୀ ଭୂତାଣୁ ସଂକ୍ରମଣର ୧୨ଟି ଲକ୍ଷଣ ତାଲିକାଭୁକ୍ତ କରିଥିଲା।

ଏହା ପୂର୍ବରୁ ‘ସିଡିସି’ ଜ୍ବର, ଥଣ୍ଡା, କାଶ, ଅଣନିଃଶ୍ବାସୀ, ଅବସନ୍ନତା, ଦେହହାତ ଓ ମାଂଶପେଶୀ ଘୋଳାବିନ୍ଧା, ମୁଣ୍ଡବିନ୍ଧା, ସ୍ବାଦ ବାରିବା ଏବଂ ଘ୍ରାଣ ଶକ୍ତି ନଷ୍ଟ ହେବା, ତଣ୍ଟି ଦରଜ ଆଦିକୁ କୋଭିଡ୍-୧୯ ଲକ୍ଷଣ ଭାବେ ତାଲିକାଭୁକ୍ତ କରିଥିଲା। ଖୁବ୍ ଶୀଘ୍ର ‘ସିଡିସି’ ଉପରୋକ୍ତ ତିନୋଟି ଲକ୍ଷଣକୁ ମଧ୍ୟ ତାଲିକାଭୁକ୍ତ କରିବ।

publive-image Image Courtesy of Market Watch

‘ସିଡିସି’ ୱେବ୍‌ସାଇଟ୍ ଅନୁସାରେ, କୋଭିଡ୍-୧୯ ଦ୍ବାରା ଆକ୍ରାନ୍ତ ରୋଗୀମାନଙ୍କ ଠାରେ ଭିନ୍ନ ଭିନ୍ନ ଲକ୍ଷଣର ସମଷ୍ଟି ଦେଖାଯାଇଥାଏ। ସେମିତି ସଂକ୍ରମଣଜନିତ ଅସୁସ୍ଥତାର ଅବସ୍ଥା ମଧ୍ୟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଭିନ୍ନ ହୋଇଥାଏ।

ୱେବ୍‌ସାଇଟ୍ ଡିସ୍‌କ୍ଲେମର୍‌ରେ ଉଲ୍ଲେଖ ଏହା ମଧ୍ୟ ଉଲ୍ଲେଖ ଅଛି ‌ଯେ, ଏହି ତାଲିକାରେ ସମସ୍ତ ସମ୍ଭାବ୍ୟ ଲକ୍ଷଣ ସାମିଲ ହୋଇନାର୍ହି। କୋଭିଡ୍-୧୯ ବିଷୟରେ ‘ସିଡିସି’ ଯେତେ ଅଧିକ ଜାଣିବ ତା’ର ଲକ୍ଷଣ ତାଲିକା ଅପ୍‌ଡେଟ୍ କରିଚାଲିବ। ଭୂତାଣୁ ସଂସ୍ପର୍ଶରେ ଆସିବାର ୨ରୁ ୧୪ ଦିନ ମଧ୍ୟରେ ବ୍ୟକ୍ତିବିଶେଷଙ୍କ ଦେହରେ ଉପସର୍ଗ ବା ଲକ୍ଷଣ ବାହାରି ପାରେ ବୋଲି ‘ସିଡିସି’ ସତର୍କ କରାଇ ଦେଇଥିଲା।

ପ୍ରାରମ୍ଭରୁ କୋଭିଡ୍-୧୯ର ମାତ୍ର ତିନୋଟି ଲକ୍ଷଣ ଜଣା ଥିଲା। ତାହା ହେଉଛି ଜ୍ବର, କାଶ ଏବଂ ଅଣନିଃଶ୍ବାସୀ ଲାଗିବା। ଏପ୍ରିଲ୍ ମାସରେ ‘ସିଡିସି’ ଆଉ ଛଅଟି ନୂଆ ଲକ୍ଷଣ ଯୋଗ କରିଥିଲା।

ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଜନ୍ସ୍ ହପ୍‌କିନ୍‌ସ୍ ୟୁନିଭର୍ସିଟି ତଥ୍ୟ ଅନୁସାରେ, ବିଶ୍ବବ୍ୟାପୀ କରୋନାଭାଇରସ୍ ୧୦ ନିୟୁତ ପାଖାପାଖି ସଂକ୍ରମଣ କରାଇଲାଣି। ଗତ ଅଳ୍ପ କେତେ ମାସ ମଧ୍ୟରେ ୪୯୭,୦୦୦ ମୃତ୍ୟୁ ରେକର୍ଡ କରାଗଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe