ହଜାର ହଜାର ଲୋକଙ୍କୁ ‘ପରୀକ୍ଷା ଶେଷ ନ ହୋଇଥିବା’ କୋଭିଡ୍-୧୯  ଟିକା ଦେଇ ‘ଗୋପନୀୟତା’ ଚୁକ୍ତି ସ୍ବାକ୍ଷର କରାଇ ନେଉଛି ଚୀନ୍: ରିପୋର୍ଟ

Advertisment
ହଜାର ହଜାର ଲୋକଙ୍କୁ ‘ପରୀକ୍ଷା ଶେଷ ନ ହୋଇଥିବା’ କୋଭିଡ୍-୧୯  ଟିକା ଦେଇ ‘ଗୋପନୀୟତା’ ଚୁକ୍ତି ସ୍ବାକ୍ଷର କରାଇ ନେଉଛି ଚୀନ୍: ରିପୋର୍ଟ

Image Courtesy of Dailyhunt

ନୂଆଦିଲ୍ଲୀ: ଚୀନ୍ ତା’ର ହଜାର ହଜାର ନାଗରିକଙ୍କୁ ପରୀକ୍ଷା ଚାଲିଥିବା ବା ସଫଳତା ପ୍ରତିପାଦିତ ହୋଇ ନ ଥିବା କୋଭିଡ୍-୧୯ ଟିକା ଦେଉଥିବା ରିପୋର୍ଟ ମିଳିଛି। ଯେଉଁମାନଙ୍କୁ ଏହି ଟିକା ଦିଆଯାଉଛି, ସେମାନଙ୍କ ଠାରୁ ‘ନନ୍‌ ଡିସ୍‌କ୍ଲୋଜର୍‌ ଏଗ୍ରିମେଣ୍ଟ୍‌’ ବା ‘ଗୋପନୀୟତା ଚୁକ୍ତି’ ସ୍ବାକ୍ଷର କରାଇ ନିଆଯାଉଛି। ଏହି ଚୁକ୍ତି ଅନୁସାରେ, ସେମାନେ ଟିକା ସଂକ୍ରାନ୍ତରେ ଗଣମାଧ୍ୟମକୁ କିଛି କହିପାରିବେ ନାହିଁ।

ରାଷ୍ଟ୍ରାୟତ କମ୍ପାନିର କର୍ମଚାରୀ, ସରକାରୀ କର୍ମଚାରୀ, ଟିକା କମ୍ପାନି କର୍ମଚାରୀ ଏବଂ ଶିକ୍ଷକମାନଙ୍କୁ ଜରୁରୀ ଭିତ୍ତିରେ ଏହି ଟିକା ଦିଆଯାଉଛି। ଏଥିପାଇଁ ସେମାନଙ୍କ ସମ୍ମତି କଥାରେ ବୈଶ୍ବିକ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସନ୍ଦେହ ପ୍ରକାଶ କରିଛନ୍ତି।

publive-image Image Courtesy of Science

କିନ୍ତୁ, ଚୀନ୍‌ କହିଛି ଯେ, ଜୁଲାଇରୁ ଆରମ୍ଭ ହୋଇଥିବା ତା’ର ପରୀକ୍ଷାମୂଳକ କରୋନାଭାଇରସ୍ ଟିକା କାର୍ଯ୍ୟକ୍ରମକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସମର୍ଥନ କରୁଛି। ଜୁନ୍‌ ମାସରେ ଚୀନ୍ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ସୂଚନା ଦେଇଥିବା କଥା ଜାତୀୟ ସ୍ବସ୍ଥ୍ୟ କମିସନ୍‌ର ଅଧିକାରୀ ଝେଙ୍ଗ୍‌ ଝୋଙ୍ଗୱେଇ ଗଣମାଧ୍ୟମକୁ କହିଛନ୍ତି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟ ସ୍ବାମୀନାଥନ କହିଛନ୍ତି ଯେ, ସାମ୍ପ୍ରତିକ ଜରୁରୀ ପରିସ୍ଥିତିରେ ନିଜ ବିଚାର ପରିସର ମଧ୍ୟରେ ଦେଶମାନେ ଡାକ୍ତରୀ ଉତ୍ପାଦ ବ୍ୟବହାର ଲାଗି ଅନୁମତି ଦେଇପାରିବେ, କିନ୍ତୁ ତାହା ସାମୟିକ ସମାଧାନ ଲାଗି।

ଏବେ ଚୀନ୍‌ର ୧୧ଟି ଟିକା ନୈଦାନିକ ପରୀକ୍ଷା ହେଉଛି ଏବଂ ୪ଟି ଟିକା ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe