ତେଲେଙ୍ଗାନା ସରକାର ଜାରିକଲେ କୋଭିଡ୍‌-୧୯ ଶବ ହସ୍ତାନ୍ତର ମାର୍ଗଦର୍ଶିକା

ତେଲେଙ୍ଗାନା ସରକାର ଜାରିକଲେ କୋଭିଡ୍‌-୧୯ ଶବ ହସ୍ତାନ୍ତର ମାର୍ଗଦର୍ଶିକା

Livemint

ହାଇଦ୍ରାବାଦ: ବିଭିନ୍ନ ସରକାରୀ ଓ ବେସରକାରୀ ହସପିଟାଲ ପାଇଁ କୋଭିଡ୍‌-୧୯ ସଂକ୍ରମିତ ମୃତକଙ୍କ ଶବ ହସ୍ତାନ୍ତର ତଥା ଦାହସଂସ୍କାର ପାଇଁ ନିୟମାବଳୀ ଜାରି କରିଛି ତେଲେଙ୍ଗାନା ସରକାର। ଏଥିପାଇଁ ଏକ ସ୍ୱତନ୍ତ୍ର ଶବାଗାର କରାଯିବ, ଯେଉଁଠି ନିୟମିତ ଭାବରେ କୀଟାଣୁନାଶକ ସିଞ୍ଚନ କରାଯାଉଥିବ, ଯେପରିକି ସେଠାରେ କୌଣସି ସଂକ୍ରମଣର ଆଶଙ୍କା ରହିବ ନାହିଁ। ସଂପୃକ୍ତ ହସପିଟାଲ କର୍ତ୍ତୃପକ୍ଷମାନେ ସୁନିଶ୍ଚିତ କରିବେ ଯେ ବ୍ୟକ୍ତିଗତ ସୁରକ୍ଷାତ୍ମକ ସରଂଜାମ (ପିପିଇ) ଯଥେଷ୍ଟ ପରିମାଣରେ ଜଣେ ଡ୍ରାଇଭରଙ୍କ ସମେତ ଅନ୍ୟୂନ ୬ ଜଣ ଲୋକଙ୍କ ପାଇଁ ରହିଛି। ତାହେଲେ ଯାଇ କୋଭିଡ୍‌-୧୯ ଶବ ସତ୍କାର ପାଇଁ ଦାୟିତ୍ବ ଦିଆଯାଇପାରିବ। ପିପିଇ କିଟ୍‌ରେ ରହିବ ଉପଯୁକ୍ତ ମାନର ଏନ୍‌-୯୫ ମାସ୍କ, ସର୍ଜିକାଲ କ୍ୟାପ୍‌, ସୁରକ୍ଷାତ୍ମକ ଚଷମା, ଜଳପ୍ରତିରୋଧୀ ଆପ୍ରୋନ୍‌, ସର୍ଜିକାଲ ଗ୍ଲୋଭ୍‌ସ୍‌, ଆଣ୍ଠୁ ଉଚ୍ଚର ଜୋତା ତଥା ଜଂଘ ପର୍ଯ୍ୟନ୍ତ ପ୍ଲାଷ୍ଟିକ୍‌ କଭର ଏବଂ ମୁହଁ ସଂପୂର୍ଣ ଆବୃତ୍ତକାରୀ। ତେଲେଙ୍ଗାନା ସହର ବିକାଶ ବିଭାଗର ପ୍ରମୁଖ ସଚିବ ଅରବିନ୍ଦ କୁମାର କହିଛନ୍ତି ଯେ ଶବ ସଂରକ୍ଷଣ ଓ ପରିବହନ ପାଇଁ ହସପିଟାଲ ଗୁଡ଼ିକରେ କ୍ରୟ ସୂତ୍ରରେ ବା ଭଡ଼ା ସୂତ୍ରରେ ଫ୍ରିଜର ବକ୍ସ ରଖିବେ। ପ୍ରତ୍ୟେକ ହସପିଟାଲ ଯଥେଷ୍ଟ ପରିମାଣରେ ବଡି ବ୍ୟାଗ୍‌ ରଖିବେ, ଯାହାକି ଭର୍ତି ହୋଇଥିବା କୋଭିଡ୍‌-୧୯ ରୋଗୀଙ୍କର ୧୦% ହେଉଥିବ। ଶବଗୁଡ଼ିକୁ ପ୍ୟାକିଂ କରିବା ପୂର୍ବରୁ ସଂପୃକ୍ତ ମୃତକଙ୍କ ଧର୍ମ ଓ ପରମ୍ପରା ପ୍ରତି ହସପିଟାଲ ଧ୍ୟାନ ଦେବ। ମୃତଦେହ ଉପରେ ବୀଜାଣୁନାଶକ ସିଞ୍ଚିବା, ନାକ ଓ ପାଟିକୁ ତୁଳାରେ ବନ୍ଦ କରିବା, ପ୍ଲାଷ୍ଟିକ୍‌ ଜରିରେ ଶବକୁ ଗୁଡ଼ାଇବା ପୂର୍ବରୁ ଧ୍ୟାନ ଦେବେ ଯେ ସମଗ୍ର ମୃତଦେହକୁ ଧଳାଲୁଗାରେ ଗୁଡ଼ାଯାଇଥିବ। ପ୍ରତି ବ୍ୟାଗ୍‌ରେ ଉପଯୁକ୍ତ ମୋଟେଇର ଜିପ୍‌ (ଜ୍ୟାକେଟ୍‌ରେ ଯେମିତି ଥାଏ) ଲାଗିଥିବ। ଶବକୁ ଯେଉଁମାନେ ଧରାଉଠା କରିବେ, ସେମାନେ ପିପିଇ କିଟ୍‌ରେ ଥିବେ। ସେ ହିଁ ବ୍ୟାଗ୍‌ରେ ଶବକୁ ପ୍ୟାକିଂ କରିବେ। ଶେଷକୃତ୍ୟ ପାଇଁ ନିଆଯିବା ପର୍ଯ୍ୟନ୍ତ ତାହା ସେଇ ବ୍ୟାଗ୍‌ରେ ଥିବ। ସ୍ବତନ୍ତ୍ର ଶବାଗାରରେ ଏକ ସ୍ୱଚ୍ଛ କାଚର କାନ୍ଥ ଲଗାଯାଇଥିବ, ଯେପରିକି ମୃତକଙ୍କ ଆତ୍ମୀୟ ପ୍ରିୟ ପରିଜନମାନେ ଶବକୁ ଦେଖିପାରିବେ। ତେବେ ସର୍ବାଧିକ ୫ ଜଣଙ୍କୁ ଏଥିପାଇଁ ଅନୁମତି ମିଳିବ ଏବଂ ସେମାନେ ଡାକ୍ତର ବା କୌଣସି ସେବିକା ତଥା ହସପିଟାଲ ଷ୍ଟାଫ୍‌ଙ୍କ ପ୍ରତ୍ୟକ୍ଷ ସଂସର୍ଗରେ ଆସୁନଥିବେ। ଶବର ବୁହାବୁହି ପାଇଁ ବ୍ୟବହୃତ ସାମଗ୍ରୀଗୁଡ଼ିକ ଅଲଗା ଭାବରେ ଏକ ବ୍ୟାଗ୍‌ରେ ରଖାଯିବ ଏବଂ ସେଗୁଡ଼ିକୁ ଜାଳିବା ପାଇଁ ପଠାଯିବ। ହସପିଟାଲରେ ବି କରୋନା ମୃତକଙ୍କ ଶବ ବୋହିବା ପାଇଁ ସ୍ୱତନ୍ତ୍ର ଫ୍ରିଜର ବାକ୍ସ, ଷ୍ଟ୍ରେଚର ଟ୍ରଲି ଆଦି ରହିବ। ପ୍ରତି ହସପିଟାଲରେ ଜଣେ ଲିଏସନ୍‌ ଅଧିକାରୀ ପ୍ରତ୍ୟେକ କରୋନା ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ରହିବେ, ଯିଏକି ଯୋଗାଯୋଗର ଏକମାତ୍ର ଉତ୍ସ ହେବେ। ଶବର ଶେଷକୃତ୍ୟ ସଂମ୍ପନ୍ନ ପାଇଁ ସେହି ଅଧିକାରୀ, ପୁଲିସ୍‌ ସହ ମଧ୍ୟ ସଂପର୍କ ରଖିବେ ବୋଲି ମାନକ ସଂଚାଳନ କାର୍ଯ୍ୟବିଧିରେ ଉଲ୍ଲେଖ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe