କୋଭିଡ-୧୯ ପରିଚାଳନା ନେଇ ମନ୍ତ୍ରିମଣ୍ଡଳସ୍ତରୀୟ ବୈଠକ, ହେଲ୍‌ପଲାଇନ୍‌ ନମ୍ବର ଜାରି; ଓଡ଼ିଶା ପାଇଁ୯୪୩୯୯୯୪୮୫୯

ଓଡିଶା ସିଟିଜେନ୍ ଆକ୍ସନ୍ ଗ୍ରୁପ୍‌ର ନିବେଦନ : ‘ମିଳିମିଶି କରିବା କରୋନାର ମୁକାବିଲା’

image credit : biospace

ନୂଆଦିଲ୍ଲୀ : କୋଭିଡ-୧୯ ସଂକ୍ରାନ୍ତ ଦ୍ଵାଦଶ ବୈଠକ ନୂଆଦିଲ୍ଲୀସ୍ଥିତ ନିର୍ମାଣ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ. ଜୟଶଙ୍କର, ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ, ଜାହାଜ, ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେଙ୍କ ସମେତ ନୀତି ଆୟୋଗର ସ୍ୱାସ୍ଥ୍ୟ ସଂକ୍ରାନ୍ତ ସଦସ୍ୟ ବିନୋଦ କେ. ପାଲ ଏବଂ ପ୍ରତିରକ୍ଷା ମୁଖ୍ୟ ବିପିନ ରାୱତ ଉପସ୍ଥିତ ଥିଲେ।

ବୈଠକରେ କୋଭିଡ-୧୯ର ପରିଚାଳନା ଓ ସଂକ୍ରମଣକୁ ରୋକିବା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହାଛଡା ବର୍ତ୍ତମାନ ପର୍ଯ୍ୟନ୍ତ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ନିରାକରଣ ପାଇଁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ସାମାଜିକ ଦୂରତ୍ଵ ରକ୍ଷା କରିବାର ବର୍ତ୍ତମାନର ସ୍ଥିତି ଓ ସଂକ୍ରମଣକୁ ରୋକିବା ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଗୁଡିକ ନେଇଥିବା କଡା କାର୍ଯ୍ୟାନୁଷ୍ଠାନ ନେଇ ଆଲୋଚନା ହୋଇଥିଲା। ଏଥିରେ ମତ ପ୍ରକାଶ ପାଇଥିଲା ଯେ, କୋଭିଡ-୧୯କୁ ରୋକିବା ଦିଗରେ ପ୍ରତ୍ୟେକ ଜିଲ୍ଲାରେ ଜରୁରିକାଳୀନ ଯୋଜନା କରିବା ପାଇଁ କୁହାଯାଇଛି। କେବଳ କୋଭିଡ-୧୯ ହସ୍ପିଟାଲର ନିର୍ମାଣ, ଡାକ୍ତରୀ ଅନୁଷ୍ଠାନ ପାଇଁ ବ୍ୟକ୍ତିଗତ ସୁରକ୍ଷା ଓ ଉପକରଣ, ଭେଣ୍ଟିଲେଟର ଏବଂ ଅନ୍ୟାନ୍ୟ ଆବଶ୍ୟକ ଉପକରଣ ଉପରେ ସବିଶେଷ ଆଲୋଚନା ହୋଇଥିଲା। ବର୍ତ୍ତମାନର ନିୟମାନୁସାରେ ରାଜ୍ୟଗୁଡିକ କୋଭିଡ-୧୯ କେନ୍ଦ୍ର ଓ ହସ୍ପିଟାଲକୁ ଚିହ୍ନଟ କରିବା ପାଇଁ କୁହାଯାଇଥିଲା।

ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ପ୍ରୀତି ସୁଦନ, ବୟନ ସଚିବ ରବି କାପୁର, ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂହ ଖରୋଲା, ଫର୍ମାସ୍ୟୁଟିକାଲ ସଚିବ ପି.ଡି. ବାଘେଲା, ବାୟୋଟେକ୍ନୋଲୋଜି ସଚିବ ଡଃ ରେଣୁ ସ୍ୱରୂପ, ବିଜ୍ଞାନ ଓ ପ୍ରଯୁକ୍ତି ସଚିବ ପ୍ରଫେସର ଆଶୁତୋଷ ଶର୍ମା, ସିଏସଆଇଆର ମହାନିର୍ଦ୍ଦେଶକ ଡଃ ଶେଖର ସି. ମାଣ୍ଡେ ଏବଂ ଡିଏସଆଇଆର ସଚିବ ସଞ୍ଜୀବ କୁମାର, ସ୍ୱାସ୍ଥ୍ୟ ବିଭାଗ ସ୍ଵତନ୍ତ୍ର ସଚିବ ଅନିଲ ମଲିକ, ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଅତିରିକ୍ତ ସଚିବ ଆନନ୍ଦ ସ୍ୱରୂପ, ଆଇଟିବିପି ମହାନିର୍ଦ୍ଦେଶକ ଡଃ ରାଜୀବ ଗର୍ଗ, ଡିଜିଏଚଏସ ଡଃ ରମଣ ଆର. ଗଙ୍ଗାଖେଦକରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। କୋଭିଡ-୧୯ ନେଇ କୌଣସି ଜିଜ୍ଞାସା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ହେଲ୍ପଲାଇନ ନମ୍ବର ଜାରି କରିଛି। ଓଡ଼ିଶା ପାଇଁ ହେଲ୍‌ପଲାଇନ୍‌ ନମ୍ବର ହେଉଛି, ୯୪୩୯୯୯୪୮୫୯।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe