ଭାରତରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି: ୨୪ ଘଣ୍ଟାରେ ୬୯୨ ନୂତନ ସଂକ୍ରମଣ, ୬ ଆକ୍ରାନ୍ତ ମୃତ

ଭାରତରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି: ୨୪ ଘଣ୍ଟାରେ ୬୯୨ ନୂତନ ସଂକ୍ରମଣ, ୬ ଆକ୍ରାନ୍ତ ମୃତ

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବା ବ‌େଳେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୨ଜଣ ଆକ୍ରାନ୍ତ ଚିହ୍ନଟ କରାଯାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି।

ଏହାକୁ ମିଶାଇ ଦେଶରେ ସମ୍ପ୍ରତି ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୦୯୭ରେ ପହଞ୍ଚିଛି। ଏହାଛଡ଼ା, ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁବରଣ କରିଥିବା ୬ଜଣ ଆକ୍ରାନ୍ତଙ୍କ ମଧ୍ୟରେ ମହାରାଷ୍ଟ୍ରରୁ ୨ଜଣ ଏବଂ ଦିଲ୍ଲୀ, କର୍ଣ୍ଣାଟକ, ପଶ୍ଚିମବଙ୍ଗ ଓ କେରଳରୁ ଜଣେ ଲେଖାଏଁ ଥିବା କଥା ଜଣାପଡ଼ିଛି। ଦେଶରେ ସମୁଦାୟ କୋଭିଡ୍‌ଜନିତ ମୃତ୍ୟୁସଂଖ୍ୟା ୫,୩୩,୩୪୬କୁ ବୃଦ୍ଧି ପାଇଛି।

୨୦୨୦ ଜାନୁଆରିରେ ଦେଶରେ ପ୍ରଥମେ ଚିହ୍ନଟ କରାଯାଇଥିବା କରୋନାଭାଇରସ୍‌ ସଂକ୍ରମଣ ମାମଲାକୁ ମିଶାଇ ଆଜି ପର୍ଯ୍ୟନ୍ତ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୫୦,୧୦୯୪୪କୁ ବୃଦ୍ଧି ପାଇଛି।

publive-image Image Courtesy of ABP

ବୁଧବାର ଦିନ ରାଜଧାନୀ ଦିଲ୍ଲୀରେ ପ୍ରଥମ କୋଭିଡ୍‌-୧୯ ଉପପ୍ରଜାତି ‘ଜେଏନ୍‌.୧’ ସଂକ୍ରମିତ ଚିହ୍ନଟ କରାଯାଇଥିବା କଥା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ବାଜ କହିଛନ୍ତି। ‘ଜିନୋମ୍‌ ସିକ୍ବେନ୍‌ସିଙ୍ଗ୍‌’ ଲାଗି ଯାଇଥିବା ୩ଟି ନମୁନାରୁ ଗୋଟିଏ ‘ଜେଏନ୍‌.୧’ ବୋଲି ଜଣାପଡ଼ିଲା।

ସୂଚନାଯୋଗ୍ୟ, ‘ଜେଏନ୍‌.୧’ କୋଭିଡ୍‌ ଉପପ୍ରଜାତି ଭୂତାଣୁ ‘ଓମିକ୍ରନ୍‌’ର ଉପପ୍ରଜାତି ‘ବିଏ.୨.୮୬’ ବା ‘ପାଇରୋଲା’ରୁ ସୃଷ୍ଟ। ‘ଜେଏନ୍‌.୧’ ଭୂତାଣୁ ଦେଶରେ ପ୍ରଥମେ କେରଳ ରାଜ୍ୟରେ ଚିହ୍ନଟ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe