କୋଭିଡ୍-୧୯ ସେତେ କ୍ଷତିକାରକ ନୁହେଁ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

Advertisment
ଅକ୍ଟୋବର, ନଭେମ୍ବରରେ ୟୁରୋପ୍‌ ସ୍ଥିତି ସାଂଘାତିକ ହେବ: ‘ହୁ’

Washington Post

ଜେନେଭା: ବିଶ୍ବ ସ୍ବାସ୍ଥ୍ ସଂଗଠନ(ହୁ) ଦ୍ବାରା ସଂଗୃହୀତ ମହାମାରୀ କୋଭିଡ୍–୧୯ର କରୋନାଭୂତାଣୁ ନମୁନାଗୁଡି଼କର ବଂଶାନୁକ୍ରମିକ ବିଶ୍ଳେଷଣରୁ ପାଖାପାଖି ୩୦ ପ୍ରତିଶତ ଭୂତାଣୁ ରୂପାନ୍ତର ହେଉଥିବା ସୂଚନା ମିଳିଛି। ତେବେ ଏହା ସତ୍ତ୍ବେ କୋଭିଡ୍ ଏକ ଉଗ୍ର କ୍ଲେଶଦାୟକ ରୋଗ ବୋଲି ସେଭଳି କିଛି ପ୍ରମାଣ ମିଳିନଥିବା 'ହୁ'ର ବରିଷ୍ଠ ଅଧିକାରୀମାନେ ମତ ରଖିଛନ୍ତିା ବର୍ତ୍ତମାନ ସୁଦ୍ଧା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି ଅଭିନବ କରୋନାଭୂତାଣୁ ସାର୍ସ–କୋଭ୍–୨ର ୬୦ ହଜାର ନମୁନା ସଂଗ୍ରହ କରିଛି। ସେଥିରୁ ପାଖାପାଖି ୬୫ ପ୍ରତିଶତ ମାମଲାରେ କରୋନାଭୂତାଣୁ ରୂପାନ୍ତରିତ ହୋଇଥିବା ସ୍ପଷ୍ଟ ହୋଇଛ ବୋଲି 'ହୁ'ର ପ୍ରମୁଖ ବୈଜ୍ଞାନିକ ସୌମ୍ୟା ସ୍ବାମିନାଥନ୍ କହିଛନ୍ତି। ଅପରପକ୍ଷେ, ଏପରି ରୂପାନ୍ତରିତ ନମୁନା ଗତ ଫେବ୍ରୁଆରି ପ୍ରାରମ୍ଭରୁ ଜଣାପଡି଼ଛି ଯାହା କି ୟୁରୋପ ଓ ଆମେରିକାରେ ବ୍ୟାପିବାରେ ଲାଗିଛିା ସେହି କାରଣରୁ ଇଟାଲି ଓ ନ୍ୟୁୟର୍କରେ ଏହା ଶୀଘ୍ର ମହାମାରୀର ରୂପ ନେଇଥିଲା। ତେବେ ଏହି ମହାମାରୀ ସେଭଳି ଚିନ୍ତାଜନକ ରୋଗ ବୋଲି କୌଣସି ତଥ୍ୟଗତ ପ୍ରମାଣ ମିଳିନାହିଁ ବୋଲି 'ହୁ'ର ବୈଷୟିକ ବିଶେଷଜ୍ଞ ମାରିଆ ଭାନ୍ କେଖୋର୍ଭ୍ ସ୍ପଷ୍ଟ କରିଛନ୍ତିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe