ଦ୍ବିତୀୟ ପର୍ଯ୍ୟାୟ ଲକ୍ଡାଉନ୍: ମେ ୧୫ ପର୍ଯ୍ୟନ୍ତ ବଢ଼ିଲା ସ୍ବାସ୍ଥ୍ୟ ଏବଂ ମୋଟର୍ ବୀମା ପଲିସି ନବୀକରଣ ତାରିଖ

Advertisment
ଦ୍ବିତୀୟ ପର୍ଯ୍ୟାୟ ଲକ୍ଡାଉନ୍: ମେ ୧୫ ପର୍ଯ୍ୟନ୍ତ ବଢ଼ିଲା ସ୍ବାସ୍ଥ୍ୟ ଏବଂ ମୋଟର୍ ବୀମା ପଲିସି ନବୀକରଣ ତାରିଖ

Image Source: Hindustan Times

ନୂଆଦିଲ୍ଲୀ: ପଲିସିଧାରୀମାନେ ମେ ୧୫ ତାରିଖଯାଏଁ ସେମାନଙ୍କର ସ୍ବାସ୍ଥ୍ୟ ଏବଂ ମୋଟର ବୀମା ପଲିସି ନବୀକରଣ କରିପାରିବେ ବୋଲି ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

ଗୁରୁବାର ସକାଳେ ସୀତାରମଣ ଟୁଇଟ୍ କରି ଲେଖିଛନ୍ତି ଯେ କୋଭିଡ୍-୧୯ ଲକ୍‌ଡାଉନ୍‌ ସମୟସୀମା ମଧ୍ୟରେ ଯେଉଁମାନଙ୍କର ସ୍ବାସ୍ଥ୍ୟ ଓ ମୋଟର୍ (ଥାର୍ଡ ପାର୍ଟି) ବୀମା ପଲିସ ନବୀକରଣ ତାରିଖ ପଡୁଛି ସେମାନଙ୍କ କଷ୍ଟ ଲାଘବ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ।

ପଲିସି ନବୀକରଣ ନିମନ୍ତେ ସମ୍ପୃକ୍ତ ପଲିସିଧାରୀମାନେ ୧୫. ୫. ୨୦୨୦ ଦିନ କିଂବା ତା’ ପୂର୍ବରୁ ଦେୟ ପୈଠ କରିପାରିବେ ବୋଲି ସରକାର ବିଜ୍ଞପ୍ତି ଜାରି କରିଛନ୍ତି।

ମାର୍ଚ ୨୫ ରୁ ମେ ୩ ମଧ୍ୟରେ ଦେୟ ପୈଠ କରିବାକୁ ଥିବା ବୀମା ପଲିସିଗୁଡ଼ିକ ପାଇଁ ଏହି ସମୟସୀମା ପରିବର୍ଦ୍ଧନ କରାଯାଇଛି। ସୀତାରମଣ କହିଛନ୍ତି ଯେ ନିରନ୍ତର ଏବଂ ନିର୍ବିଘ୍ନରେ ଦେୟ ପୈଠ କରିବା ନିମନ୍ତେ ଉପରୋକ୍ତ ଗ୍ରେସ୍‌ ପିରିୟଡ୍‌ର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe