Image Courtesy of Hindustan Times
ପାଟନା: ରାଜ୍ୟରେ କରୋନାଭାଇରସ୍ ସଂକ୍ରମଣ ମାମଲା ବୃଦ୍ଧି ପାଇବା କାରଣରୁ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ପୁଣି ଲକ୍ଡାଉନ୍ ବଢ଼ାଇବାକୁ ସ୍ଥିର କରିଛନ୍ତି।
ସୋମବାର ଦିନ ରାଜ୍ୟ ଗୃହ ବିଭାଗ ଏ ସଂକ୍ରାନ୍ତରେ ଆଦେଶ ଜାରି କରିଛି। ବିହାରରେ ପ୍ରଥମେ ଜୁଲାଇ ୧୬ ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଲକ୍ଡାଉନ୍ ବୃଦ୍ଧି କରାଯାଇଥିଲା। ପରେ ପୁଣି ତାହା ଅଗଷ୍ଟ ୧୬ ଯାଏଁ ବୃଦ୍ଧି କରାଯାଇଥିଲା।
କୋଭିଡ୍-୧୯ ନିରାକରଣ ନିମନ୍ତେ ଜୁଲାଇ ୩୦ ଜାରି ହୋଇଥିବା ଆଦେଶନାମା ସେପ୍ଟେମ୍ବର ୬ ଯାଏଁ ବଳବତ୍ତର ରହିବ। ଲକ୍ଡାଉନ୍ ନିମୟ ଅନୁସାରେ କୌଣସି ସର୍ବସାଧାରଣ ଯାନବାହନ ଚଳାଚଳ ପାଇଁ ଅନୁମତି ଦିଆଯିବ ନାହିଁ। କିନ୍ତୁ, ନିର୍ମାଣ କାର୍ଯ୍ୟ ଏବଂ ମାଲ ପରିବହନ ନିମନ୍ତେ କୌଣସି ବାଧକ ରହିବ ନାହିଁ ବୋଲି ରାଜ୍ୟ ସରକାରୀ ଅଧିକାରୀମାନେ କହିଛନ୍ତି।
ବିମାନ ଓ ରେଳ ଚଳାଚଳ ପାଇଁ ଅନୁମତି ରହିଛି। ସର୍ବନିମ୍ନ କର୍ମଚାରୀଙ୍କ ଦ୍ବାରା ଅଫିସ୍, ବ୍ୟାଙ୍କ୍ ଏବଂ ଆଦି ପ୍ରତିଷ୍ଠାନ ଖୋଲିବାରେ କୌଣସି କଟକଣା ନାହିଁ ବୋଲି ସେମାନେ କହିଛନ୍ତି। ରାତ୍ରୀକାଳୀନ କର୍ଫ୍ୟୁ ପୂର୍ବ ଭଳି ଜାରି ରହିବ।
ରବିବାର ସୁଦ୍ଧା ବିହାରରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪, ୦୯୩ରେ ପହଞ୍ଚିଥିବା ବେଳେ ୫୩୭ଜଣ ଲୋକଙ୍କର ମୃତ୍ୟୁ ଘଟିଛି।
Follow Us