ଚୀନରେ କରୋନା ଲହର ଭୟାବହ! ଲୋ‌କେ ଗୋଟିଏ ଥର ଖାଇବାକୁ ପାଉଛନ୍ତି

Advertisment
ଚୀନରେ କରୋନା ଲହର ଭୟାବହ! ଲୋ‌କେ ଗୋଟିଏ ଥର ଖାଇବାକୁ ପାଉଛନ୍ତି

ନୂଆଦିଲ୍ଲୀ: କରୋନାର ନୂଆ ଭାରିଏଣ୍ଟ ସାମ୍ନାକୁ ଆସିବା ପରେ ଲୋକଙ୍କ ମନରେ ଚତୁର୍ଥ ଲହରକୁ ନେଇ ଭୟ ଦେଖା ଦେଇଛି। କରୋନାର ନୂଆ ଭାରିଏଣ୍ଟ ଏକ୍ସଇ ଭାରତର ଦୁଇଟି ରାଜ୍ୟରେ ଚିହ୍ନଟ ହୋଇଛି। ଭାରତରେ ଏହି ଭାରିଏଣ୍ଟରୁ ବଞ୍ଚିବା ପାଇଁ ସରକାର ଉଚିତ ପଦକ୍ଷେପ ଉଠାଇଛନ୍ତି। ଦୁନିଆର ଅନେକ ଦେଶରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଯେଉଁ କାରଣରୁ ସ୍ବାସ୍ଥ୍ୟ ଏଜେନ୍ସିଙ୍କ ଚିନ୍ତା ବଢ଼ି ଯାଇଛି। କରୋନାର ଆରମ୍ଭ ଚୀନରୁ ହୋଇଛି। ତେବେ ଚୀନର ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଚାଇନାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୦୦ ନୂଆ କରୋନା ମାମଲା ସାମ୍ନାକୁ ଆସିଛି।  ଚାଇନାରେ ବାରମ୍ବାର କରୋନା ମାମଲା ବୃଦ୍ଧି ପାଉଥିବା ହେତୁ ସବୁଠାରୁ କଡ଼ା ଲକଡାଉନ ଲାଗୁ କରାଯାଇଛି।

କ୍ରମାଗତ ଭାବେ ଚାଇନାର ଭିଡିଓ ସାମ୍ନାକୁ ଆସୁଛି। ଲୋକଙ୍କୁ ଖାଦ୍ୟ ଓ ଆବଶ୍ୟକୀୟ ସାମଗ୍ରୀ ଉପଲବ୍ଧ ହେଉ ନଥିବା ଖବର ମିଳୁଛି।  ଗତ ମଙ୍ଗଳବାର ଠାରୁ ସହରରେ ପୂରାପୂରି ଲକଡାଉନ କରାଯାଇଛି। କୋଭିଡ-୧୯ର କଡ଼ା ଲକଡାଉନ କାରଣରୁ ଲୋକଙ୍କୁ ଆବଶ୍ୟକୀୟ ସାମଗ୍ରୀ ପର୍ଯ୍ୟନ୍ତ ପହଞ୍ଚିବାକୁ ବହୁତ କଷ୍ଟ କରିବାକୁ ପଡ଼ୁଛି। କିଛି ଲୋକ ତ ଖାଇବାକୁ ପାଉ ନଥିବା ଶୁଣିବାକୁ ମିଳୁଛି।

ସଂଘାଇର କିଛି ସ୍ଥାନର ଫୁଟେଜ ସାମ୍ନାକୁ ଆସିଛି। ଯେଉଁଠାରେ ଲୋକେ ଆବଶ୍ୟକୀୟ ସାମଗ୍ରୀ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଭାଙ୍ଗୁଥିବା ଦେଖିବାକୁ ମିଳୁଛି।

ରିପୋର୍ଟ ମୁତାବକ, ସେଠାକାର ଲୋକଙ୍କ କହିବାନୁସାରେ ସେମାନଙ୍କୁ ଦିନରେ କେବଳ ଗୋଟିଏ ଥର ଭୋଜନ  ମିଳୁଛି। ସଂଘାଇରେ ମହାମାରୀର ସ୍ଥିତି ବିଗିଡ଼ିବାରେ ଲାଗିଛି। ଅଧକାରୀଙ୍କ କହିବାନୁସାରେ, ସହର ଅନିଶ୍ଚିତ କାଳ ପାଇଁ ବନ୍ଦ ରହିବ। ଏହାର ଅର୍ଥ ସେଠାକାର ଲୋକଙ୍କୁ ଘର ଛାଡ଼ିବାର ଅନୁମତି ନାହିଁ।

ସେଠାକାର ସ୍ବାସ୍ଥ୍ୟ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି କି, ଭାଇରସ ଲୋକଙ୍କୁ ବହୁ ପ୍ରଭାବିତ କରିପାରେ। ଏଥିସହିତ ବୃଦ୍ଧ ଓ  ଟିକା ନେଇ ନଥିବା ଲୋକଙ୍କୁ ଏହା ଅଧିକ ପ୍ରଭାବିତ କରିପାରେ। ସଂଘାଇରେ ମାର୍ଚ୍ଚ ୧ରୁ ଏଯାବତ ୧.୩୦ ଲକ୍ଷରୁ ଅଧିକ କୋଭିଡ-୧୯ ମାମଲା ସାମ୍ନାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe